ରାମ ମନ୍ଦିରର ଗର୍ଭଗୃହରେ ପ୍ରଭୁ ଶ୍ରୀ ରାମଙ୍କ ନବନିର୍ମିତ ପ୍ରତିମାକୁ ପ୍ରତିଷ୍ଠା କରାଯାଇଛି । ଗର୍ଭଗୃହରେ ଶ୍ରୀବିଗ୍ରହ ସ୍ଥାପନ କରାଯିବା ପରେ ପ୍ରଥମ ଥର ଲାଗି ଫଟୋ ସାମ୍ନାକୁ ଆସିଛି । ଗୁରୁବାର ଦିନ ଗଣେଶଙ୍କ ପୂଜାରୁ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଆନୁଷ୍ଠାନିକ ରୀତିନୀତିରୁ ଆରମ୍ଭ ହୋଇଥିଲା । ଗଣେଶ, ଅମ୍ବିକା ଏବଂ ତୀର୍ଥ ପୂଜା ଦ୍ୱିପ୍ରହର ୧.୨୦ରୁ ଆରମ୍ଭ କରାଯାଇଥିଲା । ଏହା ପୂର୍ବରୁ ବୈଦିକ ମନ୍ତ୍ର ଜପ କରିବା ମଧ୍ୟରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପନ କରାଯାଇଥିଲା । ପ୍ରଥମ ଦିନରେ ପ୍ରାୟ ସାତ ଘଣ୍ଟା ପୂଜା ଚାଲିଥିଲା । ଆସନ୍ତା ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବାରୁ ଶ୍ରୀରାମଙ୍କ ମୂର୍ତ୍ତି କପଡ଼ାରେ ଘୋଡ଼ାଇ ରଖାଯାଇଛି । ପୂଜାପାଠ ପରେ ଆସ୍ଥାନ ଭିତରେ ବହୁମୂଲ୍ୟ ରତ୍ନ ରଖାଯିବା ପରେ ରାମ ଲଲାଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପନ କରାଯାଇଛି । ବୁଧବାର ରାମ ଲଲାଙ୍କ ମୂର୍ତ୍ତି ମନ୍ଦିର ପରିସରକୁ ଅଣାଯାଇଥିଲା । ଗର୍ଭଗୃହରେ ସ୍ଥାପନ ପୂର୍ବରୁ ମନ୍ଦିର ପରିସରରେ ମୂର୍ତ୍ତି ପରିକ୍ରମା କରିବାର ଯୋଜନା ଥିଲା। ମାତ୍ର ମୂର୍ତ୍ତିର ଓଜନ ଅଧିକ ହେବାରୁ ଏହା ଜାଗାରେ ୧୦ କେଜିର ଚାନ୍ଦି ମୂର୍ତ୍ତି ମନ୍ଦିର ପରିସରରେ ବୁଲାଯାଇଥିଲା। ପରେ ରାମ ଲଲାଙ୍କ ମୂର୍ତ୍ତିକୁ ଆସ୍ଥାନରେ ବିରାଜମାନ କରାଯାଇଥିଲା ।
“The eyes believe themselves, the ears believe other people.”
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ