August 10, 2025

‘ଗଦର-୨’ ପରେ ‘ବର୍ଡର-୨’ରେ ନଜର ଆସିବେ ସନି

ନିକଟରେ ରିଲିଜ୍‌ ହୋଇଥିବା ସନି ଦେଓଲଙ୍କ ଅଭିନୀତ ‘ଗଦର-୨’ ୩୦୦ କୋଟି ଟଙ୍କାର ରୋଜଗାର କରି ସାରିଲାଣି। ରିଲିଜ୍‌‌ ହେବା ଦିନଠାରୁ ସିନେମାଟି ଚର୍ଚ୍ଚାରେ ରହିଛି। ‘ଗଦର-୨’କୁ ମିଳିଥିବା ସଫଳତା ପରେ ସନି ଦେଓଲଙ୍କ ଚାହିଦା ବି ଢେର୍‌ ଅଧିକ ବଢ଼ିଯାଇଛି। ନିକଟରେ ହସ୍ତଗତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି ଯେ ସନି ‘ଗଦର-୨’ ପରେ ଏବେ ‘ବର୍ଡର-୨’ରେ ନଜର ଆସିବେ। ପିଙ୍କଭିଲାର ରିପୋର୍ଟ ମୁତାବକ, ‘ବର୍ଡର-୨’ରେ ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧକୁ ଦେଖାଯିବ। ସନି ଦେଓଲ ଏବେ ସିନେ ନିର୍ମାତା ଜେପି ଦତ୍ତା ଏବଂ ତାଙ୍କ ଝିଅ ନଧି ଦତ୍ତାଙ୍କ ସହ ହାତ ମିଳାଇବେ ବୋଲି ସୂଚନା ରହିଛି। ‘ବର୍ଡର’ ଫିଲ୍ମର ଏବେ ସିକ୍ବେଲ୍‌ ହେବ ବୋଲି ପୂରା ବନ୍ଦୋବସ୍ତ ହୋଇ ସାରିଛି । ଯଦିଓ ‘ବର୍ଡର-୨’କୁ ନେଇ କୌଣସି ପ୍ରକାରର ଆନୁଷ୍ଠାନିକ ଘୋଷଣା ହୋଇନାହିଁ, ହେଲେ ଜାଣିବାକୁ ମିଳିଛି ଯେ ଏହି ସିନେମାରେ ସନି ଦେଓଲଙ୍କ ବ୍ୟତୀତ ପୁରୁଣା କଳାକାର ନଜର ଆସିବେନି । ଏଥିରେ ନୂଆ ନୂଆ କଳାକାର ସ୍ଥାନ ପାଇବେ ।

SHARE BY