ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ମିଶରର ରାଷ୍ଟ୍ରପତି

୨୦୨୩ ଜାନୁଆରୀ ୨୬ ତାରିଖରେ ଦେଶରେ ପାଳିତ ହେବାକୁ ଥିବା ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ମିଶରର ରାଷ୍ଟ୍ରପତି ଅବ୍ଦେଲ ଫତେହ ଅଲ ସିସୀ ଯୋଗଦେବେ   । ଏନେଇ ଭାରତ ତରଫରୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଭାରତର ଏଭଳି ପଦକ୍ଷେପ ମିଶର ସହ ରାଜନୈତିକ ଓ ସେନା ସମ୍ବନ୍ଧୀୟ ସଂପର୍କକୁ ମଜବୁତ କରିବ ବୋଲି କୁହାଯାଇଛି । ଏହାସହ ଭାରତ ଏହି ପ୍ରମୁଖ ଆଫ୍ରିକୀୟ ଦେଶ ପର୍ଯ୍ୟନ୍ତ ନିଜର ସଂପର୍କ ମଜବୁତ ହୋଇପାରିବ । ଅନ୍ୟପଟେ ଚଳିତ ବର୍ଷ ଉଭୟ ଦେଶ କୂଟନୈତିକ ସଂପର୍କ କ୍ଷେତ୍ରରେ ୭୫ ତମ ବର୍ଷ ପାଳନ କରିବାକୁ ଯାଉଛନ୍ତି ।

SHARE BY