ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକରେ ମୃଦୁ ଭୁମିକମ୍ପ ଅମୂଭୂତ ହୋଇଛି । ବ୍ଲକର ଟି-ଗୋବିନ୍ଦପୁର, ପୋଡ଼ାମାରି, ଡେଙ୍ଗାଓସ୍ତା, ମୌଳାଭଣଜା, ଛଣମେରି ଆଦି ଅଞ୍ଚଳରେ ଅନୁଭୂତ ହୋଇଛି । ସେହିପରି ଗଜପତି ଜିଲ୍ଲାର ମୋହନା ଏବଂ ଲୁହାଗୁଡି ଭଳି ବିଭିନ୍ନ ଅଞ୍ଚଳରେ ଅନୁଭୂତ ହୋଇଛି ମୃଦୁ ଭୂମିକମ୍ପ । ମାତ୍ର ପାଞ୍ଚ ସେକେଣ୍ଡରୁ ଦଶ ସେକେଣ୍ଡ ପାଇଁ ଫ୍ୟାନ୍, ଗେଟ କବାଟ ଆଦି ଦୋହଲିଥିଲା । ଯାହାଫଳରେ ଭୟଭୀତ ଅବସ୍ଥାରେ ଘର ଏବଂ ଦୋକାନରୁ ଲୋକେ ବାହାରକୁ ବାହାରିଆସିଥିଲେ । ବୁଧବାର ଗଜପତି ଜିଲ୍ଲାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍