The Topmost

“The eyes believe themselves, the ears believe other people.”

ଖଡ଼ଗେ ହେବେ ‘ଇଣ୍ଡିଆ’ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ !

ଆଜି ୫ ରାଜ୍ୟର ସରୁଛି ବିଧାନସଭା ନିର୍ବାଚନ । ତେଲେଙ୍ଗାନରେ ଚାଲିଛି ବିଧାନସଭା ନିର୍ବାଚନ ପାଇଁ ଭୋଟ । ଆସନ୍ତା ୩ ଡିସେମ୍ବରରେ ଆସିବ ଫଳାଫଳ । ଆଉ ୫ ମାସ ପରେ ହେବ ୨୦୨୪ ସାଧାରଣ ନିର୍ବାଚନ । ତେବେ ଏହା ପୂର୍ବରୁ ଏକ ବଡ଼ ସଙ୍କେତ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧି । ଆସନ୍ତା ସାଧାରଣ ନିର୍ବାଚନରେ ବିରୋଧୀ ଦଳ ତରଫରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ମଲ୍ଲିକାର୍ଜୁନ ଖଡ଼ଗେ । ପୂର୍ବରୁ ରାହୁଲ ଗାନ୍ଧି ଅବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆକଳନ କରାଯାଉଥିଲା । କିନ୍ତୁ ଏସବୁ ଭିତରେ ସୋନିଆ ଗାନ୍ଧି ଖଡ଼ଗେଙ୍କୁ ନେଇ ଏକ ବଡ଼ ହିଣ୍ଟ ଦେଇଛନ୍ତି ।  ୨୦୨୪ ସାଧାରଣ ନିର୍ବାଚନରେ ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଏକ ବଡ଼ ଭୂମିକା ଦେବା ପାଇଁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ଅନେକ ବିରୋଧୀ ନେତାମାନେ ସମର୍ଥନ ଜଣାଇଛନ୍ତି। ନୂଆ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ଲିଖିତ ବହି Mallikarjun Kharge: Political Engagement with Compassion, Justice, and Inclusive Development ରେ ଏହି କଥା ସାମ୍ନାକୁ ଆସିଛି। ଏହି ସମୟରେ ବିରୋଧୀ ନେତାମାନେ ‘ଇଣ୍ଡିଆ’ ମେଣ୍ଟର ଏକତା ମଜଭୁତ କରିବାକୁ ଦୃଢ଼ ସଙ୍କଳ୍ପ ନେଇଛନ୍ତି । କିଛି ନେତା, ଖଡଗେ ଏହି ଗୋଷ୍ଠୀର ନେତୃତ୍ୱ ନେବା ଉଚିତ୍ ବୋଲି ମତ ଦେଇଛନ୍ତି । ପାଞ୍ଚଟି ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର କିଛି ଦିନ ପୂର୍ବରୁ ସୋନିଆ ଗାନ୍ଧି କହିଛନ୍ତି, ‘ଭାରତର ଆତ୍ମା ​​ପାଇଁ ଏହି ଐତିହାସିକ ଯୁଦ୍ଧରେ କଂଗ୍ରେସ ଦଳର ନେତୃତ୍ୱ ନେବାକୁ ଖାଡଗେ ହେଉଛନ୍ତି ସବୁଠାରୁ ଉପଯୁକ୍ତ ପ୍ରାର୍ଥୀ। ଏଥିରେ ମୋର ଏବଂ କଂଗ୍ରେସ ଦଳର ଦୃଢ଼ ସମର୍ଥନ ରହିଛି।’