ଭୁବନେଶ୍ୱର: ଫେବୃଆରୀ ୨୪: ଦୀର୍ଘ ଦିନର ଅପେକ୍ଷା ଓ କରୋନା କଟକଣା ପରେ ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ୨୮ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଛନ୍ତି ରାଜ୍ୟ ସରାକାର । ପିଲାମାନେ କିପରି ଦୀର୍ଘ ଦିନ ପରେ ସ୍କୁଲ ଆସି ପାଠ ପଢାରେ ମନ ଲଗାଇ ପାରିବେ ଏବଂ ନିଜର ଆଗ୍ରହ ବିକାଶ କରିପାରିବେ, ଏ ସମ୍ପର୍କରେ ସମସ୍ତ ତଥ୍ୟ ସେମାନଙ୍କ ଘରୁ ହିଁ ଆରମ୍ଭ ହେବା କଥା । ସେଥିପାଇଁ ୨୮ରେ ସ୍କୁଲ ଖୋଲିବା ପୂର୍ବରୁ ୨୬ରେ ହେବ ପ୍ୟାରେଣ୍ଟ ମିଟିଂ । ୨୫ରୁ ୨୮ ତାରିଖ ସ୍କୁଲ ପରିଚାଳନା କମିଟିଙ୍କୁ ପରିଚାଳନା ପ୍ରଶିକ୍ଷଣ ଦିଆଯିବ । ପ୍ରଥମ ସପ୍ତାହରେ ପିଲାଙ୍କର ପାଠ ପଢା ପରିବର୍ତ୍ତେ ସାମାଜିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ଏହି ୬ ଦିନ ଖେଳକୁଦ, ନାଚ, ଗୀତ, ବିଭିନ୍ନ ପ୍ରତିଯୋଗିତା ଆଦି ମାଧ୍ୟମରେ ପିଲାଙ୍କ ମନ ସ୍କୁଲ ସହ ଲାଗି ରହିବାକୁ ପ୍ରୟାସ କରାଯିବ । ଏହାପରେ ପରବର୍ତ୍ତୀ ତିନି ଦିନରେ ପିଲାଙ୍କର ତିନୋଟି ପରୀକ୍ଷା କରାଯିବ । ତିନି ଦିନରେ ଛାତ୍ରଛାତ୍ରୀ ଗଣିତ, ସାହିତ୍ୟ ଓ ଇଂରାଜୀ ଭାଷାରେ ଦକ୍ଷତା ପରୀକ୍ଷା ଦେବେ । ମାର୍ଚ୍ଚ ୯ରେ ଭାଷା, ୧୦ରେ ଗଣିତ ଓ ୧୧ ତାରିଖରେ ଇଂରାଜୀ ପରୀକ୍ଷା କରାଯିବା ନେଇ ସୂଚନା ଦିଆଯାଇଛି।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି