ଚୌଦ୍ବାରବାସୀଙ୍କ ମଧ୍ୟରେ ବିକାଶର ନୂଆ ଆଶା ସୃଷ୍ଟି । ଓଟିଏମ୍କୁ ସରକାର ନେବେ ଏବଂ ସେଠାରେ ଟେକ୍ସଟାଇଲ୍ ପାର୍କ ତିଆରି କରିବେ । ନିଜ ବକେୟା ପ୍ରାପ୍ୟ ଆଶାରେ ଦିନ ଗଣୁଥିବା ଓଟିଏମର ଶ୍ରମିକ ବି ସେମାନଙ୍କ ପ୍ରାପ୍ୟ ପାଇବେ । ହାଇକୋର୍ଟରେ ଚାଲିଥିବା ଓଟିଏମ୍ ସଂପର୍କିତ ମାମଲାର ଶୁଣାଣି ହୋଇଛି । ତେବେ ଏଭଳି ତଥ୍ୟ ସ୍ପଷ୍ଟ ହେବା ପରେ ଚୌଦ୍ବାରବାସୀଙ୍କ ମଧ୍ୟରେ ବିକାଶର ନୂଆ ଆଶା ସୃଷ୍ଟି ହୋଇଛି । ଅନ୍ୟପଟେ ନିଜ ପ୍ରାପ୍ୟ ଆଶାରେ ଦିନ ଗଣୁଥିବା ଶ୍ରମିକ ମାନଙ୍କ ମଧ୍ୟରେ ମଧ୍ୟ ଖୁସି ପ୍ରକାଶ ପାଇଛି । ଓଟିଏମ ଶ୍ରମିକ, କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଏଥିରେ ଖୁସିବ୍ୟକ୍ତ କରି ହାଇକୋର୍ଟ ଓ ରାଜ୍ୟ ସରକାର, ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏନେଇ ଚୌଦ୍ବାର ଅଞ୍ଚଳରେ ଲୋକେ ବାଣ ଫୁଟାଇ ଖୁସି ମନାଉଥିବା ଦେଖିବାକୁ ମିଳିଛି । ସେପଟେ ଓଟିଏମ୍ରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ବକେୟା ପ୍ରାପ୍ୟକୁ ଚାହିଁ ଚାହିଁ ଏପର୍ଯ୍ୟନ୍ତ ୭୩୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆତ୍ମହତ୍ୟା କରିଛନ୍ତି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା