The Topmost

“The eyes believe themselves, the ears believe other people.”

ଖୁବ ଶୀଘ୍ର ମମତା ସରକାରରେ ହେବ ଅଦଳ ବଦଳ

ଡ୍ୟାମେଜ କଣ୍ଟ୍ରୋଲ ମୋଡରେ ଦିଦି । ଖୁବ ଶୀଘ୍ର ମମତା ସରକାରରେ ହେବ ଅଦଳ ବଦଳ । ପାର୍ଥ ଚାଟାର୍ଜୀଙ୍କୁ ଦଳ ଓ କ୍ୟାବିନେଟରୁ ବହିଷ୍କାର ପରେ ଡ୍ୟାମେଜ କଣ୍ଟ୍ରୋଲ ମୋଡରେ ଦିଦି । ଏସୂଚନା ଦେଇଛନ୍ତି ନିଜେ ଟିଏମସି ମୁଖିଆ ତଥା ସୁପ୍ରିମୋ ମମତା ମୁଖାର୍ଜୀ । ୪ ଜଣ ମନ୍ତ୍ରୀଙ୍କୁ ବିଦା କରି ମୋଟ ୫ ଜଣଙ୍କୁ କ୍ୟାବିନେଟରେ ସାମିଲ କରାଯିବ ବୋଲି ସଙ୍କେତ ଦେଇଛନ୍ତି ମମତା । ତେବେ ବରିଷ୍ଠ ମନ୍ତ୍ରୀଙ୍କୁ ବିଦା କରି ସେମାନଙ୍କୁ ଦଳୀୟ ସଂଗଠନ ଦାୟିତ୍ୱରେ ନିୟୋଜିତ କରାଯିବାର ସୂଚନା ରହିଛି । ବୁଧବାର ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ । ବିଜେପିରୁ ଟିଏମସିରେ ସାମିଲ ହୋଇଥିବା ବାବୁଲ ସୁପ୍ରିୟୋଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ କୁହାଯାଉଛି । ୫ ଜଣ ନୂଆ ମୁହଁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ । ସେହିଭଳି ରାଜ୍ୟରେ ଆଉ ୭ଟି ନୂଆ ଜିଲ୍ଲା ଗଠନକୁ ଅନୁମୋଦନ କରିଛନ୍ତି ମମତା ସରକାର । ୭ ନୂଆ ଜିଲ୍ଲା ଗଠନ ପରେ ପଶ୍ଚିମବଙ୍ଗର ମୋଟ ଜିଲ୍ଲା ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ନୂଆ ମାନ୍ୟତା ପାଇଥିବା ୬ ଜିଲ୍ଲାଗୁଡିକ ହେଲା ସୁନ୍ଦରବନ, ଇଚ୍ଛାମତୀ, ରାଣାଘାଟ, ବିଷ୍ଣୁପୁର, ଜାଙ୍ଗିପୁର ଏବଂ ବେହ୍ରମପୁର । ତେବେ ଅନ୍ୟ ଗୋଟିଏ ଜିଲ୍ଲାର ନାମକରଣ କରାଯାଇନାହିଁ ।