The Topmost

“The eyes believe themselves, the ears believe other people.”

ଖୁବ୍ ଶୀଘ୍ର ଟ୍ବିଟରକୁ ମିଳିବ ନୂଆ ସିଇଓ

୬ ସପ୍ତାହ ମଧ୍ୟରେ ଟ୍ବିଟରକୁ ମିଳିବ ନୂଆ ସିଇଓ । ଟ୍ୱିଟରର ସିଇଓ ପଦରୁ ବିଦାୟ ନେବେ ଏଲନ୍ ମସ୍କ । ଏବଂ ଖୁବ୍ ଶୀଘ୍ର ନୂଆ ସିଇଓ ନିଯୁକ୍ତି ହେବେ ବୋଲି ସୂଚନା ମିଳିଛି । ମସ୍କ କହିଛନ୍ତି ଯେ ସେ ଟ୍ୱିଟର ସିଇଓ ପଦ ଛାଡିବେ । ୬ ସପ୍ତାହ ମଧ୍ୟରେ ନୂଆ ସିଇଓ ଯୋଗଦେବେ । ନୂଆ ସିଇଓ ଲାଗି ଲିଣ୍ଡା ୟାକାରିନୋଙ୍କ ନାଁ ଚର୍ଚ୍ଚାରେ ଥିବା ସୂଚନା ମିଳିଛି । ୟାକାରିନୋ ଏନବିସି ୟୁନିଭର୍ସାଲର ଆଡଭର୍ଟାଇଜିଂ ସେଲ୍ସ ଏକଜିକ୍ୟୁଟିଭ ଅଛନ୍ତି । ମସ୍କଙ୍କ ସହ ୟାକାରିନୋଙ୍କ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି । ଗତବର୍ଷ ଅକ୍ଟୋବରରେ ୪୪ ବିଲିୟନ ଡଲାର ମୂଲ୍ୟରେ ଟ୍ୱିଟରକୁ କ୍ରୟ କରିଥିବା ମସ୍କ ଟ୍ୱିଟରର ଅନେକ ନୀତିରେ ପରିବର୍ତ୍ତନ ଆଣିସାରିଛନ୍ତି । ସିଇଓ ପଦ ଛାଡିବା ପରେ ସେ ଟୁଇଟରର ସଫ୍ଟଓ୍ବେର ଓ ସର୍ଭର୍ସ ଟିମର ନେତୃତ୍ବ ନେବେ ବୋଲି କହିଛନ୍ତି ମସ୍କ । ଗତବର୍ଷ ଡିସେମ୍ବର ଟ୍ୱିଟର ଫଲୋୟର୍ସଙ୍କୁ ନେଇ ହୋଇଥିବା ସର୍ଭରେ ମସ୍କ ସିଇଓ ପଦରୁ ହଟିବା ସପକ୍ଷରେ ମତଦେଇଥିଲେ ୫୭.୫ ପ୍ରତିଶତ ୟୁଜର ।