ପୁରୀରେ ନିର୍ମାଣ ହେବାକୁ ଥିବା ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ କ୍ଷେତ୍ର ଅନୁମୋଦନ ମିଳିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଅନୁମତି ମିଳିଥିବା ବେଳେ ଖୁବ୍ଶୀଘ୍ର ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତି ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଗ୍ରୀନ୍ଫିଲ୍ଡ ବିମାନବନ୍ଦର ନୀତି-୨୦୦୮ ଅନୁଯାୟୀ, ଏହି ବିମାନବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ଅନୁମତି ମାଗିଥିବାବେଳେ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଆବଶ୍ୟକ ଦସ୍ତାବିଜ୍ ଦାଖଲ କରାଯାଇଥିଲା। କାଗଜପତ୍ର ଦାଖଲ ହେବାର ପ୍ରାୟ ବର୍ଷକ ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ଅନୁମତି ମିଳିଛି। କ୍ଷେତ୍ର ଅନୁମୋଦନ ସହିତ ରାଜ୍ୟ ସରକାରଙ୍କୁ ନୀତିଗତ ଭାବେ ଅନୁମୋଦନ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କାର୍ଯ୍ୟ ଜାରି ରଖିବାକୁ ମନ୍ତ୍ରଣାଳୟ କହିଥିବା ସୂଚନା ମିଳିଛି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ଡିପିଆର୍ ଅନୁମୋଦନ ପାଇଁ ଗ୍ରୀନ୍ ଫିଲ୍ଡ ବିମାନବନ୍ଦର ପରିଚାଳନା କମିଟି ନିକଟରେ ଆବେଦନ କରିବାର ନିୟମ ରହିଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍