The Topmost

“The eyes believe themselves, the ears believe other people.”

ଖୁବଶୀଘ୍ର ପରଦାକୁ ଆସିବ ଡିଡିଏଲଜେର ରିମେକ୍‌ !

ଲୋକପ୍ରିୟ ଓ ସୁପରହିଟ ସିନେମା ‘ଦିଲ୍‌ ବାଲେ ଦୁଲହନିଆ ଲେ ଜାଏଙ୍ଗେ’ । ‘ଡିଡିଏଲଜେ’କୁ ବଲିଉଡର ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସିନେମାକୁ ଦେଖିବା ପାଇଁ ଆଜି ପର୍ଯ୍ୟନ୍ତ ବି ଲୋକଙ୍କ ମନରେ ଦୁର୍ବଳତା ଓ ଭଲପାଇବା ଅଛି । ‘ଦିଲ୍‌ ବାଲେ ଦୁଲହନିଆ ଲେ ଜାଏଙ୍ଗେ’କୁ ୨୮ବର୍ଷ ବିତିଥିବା ବେଳେ ଦର୍ଶକଙ୍କ ଭଲ ପାଇବାକୁ ଦୃଷ୍ଟିରେ ରଖି ସିନେ-ନିର୍ମାତା ଡିଡିଏଲଜେର ରିମେକ୍‌ ଆଣିବାକୁ ଯାଉଛନ୍ତି । ଏହି କ୍ରମରେ ଦର୍ଶକଙ୍କ ପାଇଁ ଆଉ ଏକ ସରପ୍ରାଇଜ ରହିଛି । ଏହି ସରପ୍ରାଇଜଟି ହେଉଛି,  ଡିଡିଏଲଜେର ରିମେକରେ ରାଜ ଭୂମିକାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଓ ଶିମ୍ରନ ଭୂମିକାରେ କାଜୋଲଙ୍କ ଝିଅ ନ୍ୟାସା ଦେବଗନ ନଜର ଆସିବେ । ଏନେଇ ସିନେ-ନିର୍ମାତା ମୁକେଶ ଛାବ୍ରା ସ୍ପଷ୍ଟ କରିଛନ୍ତି । ତେବେ କୁହାଯାଉଛି କି ଡିଡିଏଲଜେର ରିମେକ୍‌ ସିନେମା ଜରିଆରେ ନ୍ୟାସା ବଲିଉଡରେ ଡେବ୍ୟୁ କରିବେ । ନ୍ୟାସା ଏହି ସିନେମାରେ କାମ କରିବା ପାଇଁ ମା’ କାଜୋଲଙ୍କ ଠାରୁ ଅଭିନୟ ଶିକ୍ଷା କରୁଥିବା ଖବର ମିଳିଛି । ସେପଟେ ଏନେଇ ଦର୍ଶକଙ୍କ ଖୁସି ଦ୍ବିଗୁଣିତ ହୋଇଯାଇଛି ବୋଲି କୁହାଯାଉଛି ।