The Topmost

“The eyes believe themselves, the ears believe other people.”

ଖୁବଶୀଘ୍ର ଟ୍ୱିଟରରେ ମିଳିବ ଅତ୍ୟାଧୁନିକ ଫିଚର

ଖୁବଶୀଘ୍ର ଟ୍ୱିଟରରେ ମିଳିବ ଅତ୍ୟାଧୁନିକ ଫିଚର । ୟୁଜର୍ସଙ୍କୁ ମିଳିବ ଅଧିକ ସମୟର ଭିଡିଓ ଅପଲୋଡ କରିବାର ସୁବିଧା । ଅପଲୋଡ କରିହେବ ୩ ଘଣ୍ଟାରୁ ଅଧିକ ସମୟର ଭିଡିଓ । ଆମେରିକୀୟ କମେଡିଆନ ଥିଓ ଓ୍ବାନଙ୍କ ଏକ ଟ୍ୱିଟର ଉତ୍ତର ଦେବାକୁ ଯାଇ ଏହି ସୂଚନା ଦେଇଛନ୍ତି ଟ୍ୱିଟରର ସିଇଓ ଏଲନ ମସ୍କ । ମସ୍କଙ୍କ କହିବା ଅନୁସାରେ ଖୁବଶୀଘ୍ର ୩ ଘଣ୍ଟାରୁ ଅଧିକ ସମୟର ଭିଡିଓ ସେୟାର କରିପାରିବେ ୟୁଜର୍ସ । ତେବେ କେବେ ଏହି ସୁବିଧା ମିଳିବ ସେନେଇ ଘୋଷଣା ହୋଇନାହିଁ । ୩ ଘଣ୍ଟାରୁ ଅଧିକ ସମୟର ଭିଡିଓ ସେୟାର ସୁବିଧା ମିଳିଲେ ଏହା ଉପଯୋଗୀ ହେବ ବୋଲି ଅନେକ ମତ ରଖିଛନ୍ତି । ଟ୍ୱିଟରର ମାଲିକାନା କିଣିବା ପରେ ଏଥିରେ ଅନେକ ପରବର୍ତ୍ତନ କରୁଛନ୍ତି ଏଲନ ମସ୍କ । ନିକଟରେ ଟ୍ୱିଟର ୟୁଜର୍ସଙ୍କ ପାଇଁ ନୂଆ କଟକଣା ଜାରି ହୋଇଥିଲା । ଡାଟା ଚୋରି ଓ ସିଷ୍ଟମ ଜାଲିଆତିକୁ ରୋକିବାକୁ ଟ୍ୱିଟର ଆକାଉଣ୍ଟଧାରୀଙ୍କ ଉପରେ କଟକଣା ଲଗାଯାଇଛି ।