ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର। ଏଣିକି ନିୟମ ଅନୁଯାୟୀ ସମୟଭିତ୍ତିକ ପଦୋନ୍ନତି ନମିଳିଲେ କମର୍ଚାରୀ କମିଟିର ଦ୍ବାରସ୍ଥ ହୋଇପାରିବେ। ଏପରିକି ଚାକିରିରୁ ଅବସର ଗ୍ରହଣ କରିବା ପରେ ସହଜରେ ପେନସନ୍ ନମିଳିଲେ ପେନସନ୍ ଅଦାଲତଙ୍କ ଦ୍ବାରସ୍ଥ ହୋଇପାରିବେ। ଏନେଇ ଆଜି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଚାକିରିରୁ ଅବସର ଗ୍ରହଣ ପରେ ଦୀର୍ଘ ଦିନ ଧରି ପେନସନ୍ ପାଇନଥିବା କର୍ମଚାରୀମାନେ ଏଣିକି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ପେନସନ୍ ନିମନ୍ତେ ଆବେଦନ କରିପାରିବେ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍