ବିନା ଡିଜେଲ ଏବଂ କୋଇଲାରେ ଚାଲିବ ଟ୍ରେନ । ଅଷ୍ଟ୍ରେଲିଆରେ ଏପରି ଏକ ଭିନ୍ନ ପ୍ରକାରର ଟ୍ରେନ ଚଲାଇବା ପାଇଁ ପ୍ରସ୍ତୁତି କରାଯାଉଛି । ଏହାକୁ ଅଷ୍ଟ୍ରେଲିଆର ଖନନ କମ୍ପାନୀ ଫୋର୍ଟେସ୍କୁ୍ୟ ନିର୍ମାଣ କରିବାକୁ ଯାଉଛି । ଏହି ଟ୍ରେନର ନାମ ରଖାଯାଇଛି ‘ଇନଫିନିଟି ଟ୍ରେନ’ । ଏହା ନିଜ ନାମ ହିସାବରେ ଅନନ୍ତ ସମୟ ପର୍ଯ୍ୟନ୍ତ କୌଣସି ପାରମ୍ପରିକ ଇନ୍ଧନ ବିନା ଚାଲିବ । ଏହା ମାଧ୍ୟକର୍ଷଣ ଶକ୍ତି ଦ୍ୱାରା ଚାଲିବ, ଯାହାର ଶକ୍ତି କେବେ ବି ଶେଷ ହେବ ନାହିଁ । ମାଧ୍ୟାକର୍ଷଣର ଶକ୍ତି ଇନ୍ଧନ ଭାବରେ ବ୍ୟବହୃତ ହେବ । କିନ୍ତୁ ଆହୁରି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଏଥିପାଇଁ ଏହିପରି ଶକ୍ତି ପୃଥକ ଭାବରେ ଉପଲବ୍ଧ ହେବ ନାହିଁ । ଏହି ଟ୍ରେନ ଟ୍ରାକ୍ ଉପରେ ଚାଲୁଥିବାରୁ ନିଜକୁ ନିଜେ ଚାର୍ଜିଂ ଜାରି ରଖିବ । ରିପୋର୍ଟ ଅନୁଯାୟୀ, ସବୁଠୁ ବଡ଼ କଥା ଏହି ଟ୍ରେନ ଦ୍ୱାରା ପରିବେଶ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଅର୍ଥାତ୍ ଏଥିରୁ ପ୍ରଦୂଷଣ କମ୍ ହେବ । ଫୋର୍ଟେସ୍କୁ୍ୟ ସିଇଓ ଏଲିଜାବେଥ ଗେନସ୍ ଏକ ବିବୃତ୍ତିରେ କହିଛନ୍ତି ଯେ ‘ଇନଫିନିଟି ଟ୍ରେନ ହେଉଛି ବିଶ୍ୱର ସର୍ବୋତ୍ତମ, ସବୁଠାରୁ ଶକ୍ତିଶାଳୀ ଏବଂ ଦକ୍ଷ ବ୍ୟାଟେରୀ ଚାଳିତ ବେଦୁ୍ୟତିକ ଟ୍ରେନ ହେବ । ଏହାର ବ୍ୟାଟେରୀ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏବଂ ଟ୍ରେନର ଗତିରୁ ଚାର୍ଜ କରିବ ।’
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା