The Topmost

“The eyes believe themselves, the ears believe other people.”

ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତା

ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତା । ଗତ ବର୍ଷ ରାଜ୍ୟରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି । ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ୍ ଟନରୁ ଅଧିକ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଥିବା କୃଷି ବିଭାଗ କହିଛି । ୨୦୨୦-୨୧ ବର୍ଷରେ ରାଜ୍ୟରେ ୧୩୦ ଲକ୍ଷ ୩୮ ହଜାର ମେଟ୍ରିକ୍ ଟନରୁ ଅଧିକ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା । ୧୧୫ ଲକ୍ଷ ମେଟ୍ରିକ୍ ଟନ ଚାଉଳ ଉତ୍ପାଦନ ହୋଇଥିବାବେଳେ ୮ ଲକ୍ଷ ୬୦ ହଜାର ମେଟ୍ରିକ୍ ଟନରୁ ଅଧିକ ମକା, ୧ ଲକ୍ଷ ୬୧ ହଜାର ମେଟ୍ରିକ୍ ଟନରୁ ଅଧିକ ମାଣ୍ଡିଆ ଏବଂ  ୨୮ ହଜାର ମେଟ୍ରିକ ଟନରୁ ଅଧିକ ଗହମ, ବାଜରା, ଓ ଅନ୍ୟ ଲଘୁଶସ୍ୟ ଉତ୍ପାଦନ ହୋଇଛି । ସେହିପରି ୧୦ ଲକ୍ଷ ୫୫ ହଜାର ମେଟ୍ରିକ୍ ଟନରୁ ଅଧିକ ଡାଲିଜାତୀୟ ଶସ୍ୟ ଉତ୍ପାଦନ ହୋଇଛି । ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏଥିପାଇଁ ସେ ଚାଷୀ ଓ  ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି  ।