The Topmost

“The eyes believe themselves, the ears believe other people.”

ଖାଉଟିଙ୍କ ପାଇଁ ଖୁସି ଖବର

ସାଧାରଣ ଖାଉଟିଙ୍କ ପାଇଁ ଖୁସି ଖବର । ଟମାଟୋ ଦର ପୁଣି କମ୍ କଲେ କେନ୍ଦ୍ର ସରକାର । ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କୁ ଯୋଗେଇ ଦିଆଯାଉଥିବା ସବସିଡି ଟମାଟୋ ଏଣିକି କିଲୋ ପିଛା ୮୦ ଟଙ୍କା ନୁହେଁ ବରଂ ୭୦ ଟଙ୍କାରେ ବିକ୍ରି ହେବ ବୋଲି ସରକାର ଘୋଷଣା କରିଛନ୍ତି । ତେବେ ଆଜିଠୁ ଏହି ଦର ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ । କେନ୍ଦ୍ର ସରକାର ଗତ ସପ୍ତାହର ଶୁକ୍ରବାରଠାରୁ ରିହାତି ଦରରେ ଟମାଟୋ ବିକ୍ରି କରିବା ଆରମ୍ଭ କରିଥିଲେ । ବଜାରରେ ଟମୋଟୋର ବଢୁଥିବା ଦାମକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଥିଲେ । ସରକାରଙ୍କ ତରଫରୁ ସହକାରୀ ସଂସ୍ଥା ଭାରତୀୟ ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ ଲିମିଟେଡ୍ ଏବଂ ଭାରତୀୟ ରାଷ୍ଟ୍ରୀୟ ଉପଭୋକ୍ତା ସହକାରୀ ସଂଘ ଲିମିଟେଡ୍ ଲୋକଙ୍କ ପାଖରେ ରିହାତି ଦରରେ ଟମାଟୋ ପହଞ୍ଚାଇବା ସହ ଏହାକୁ କମ୍ ଦାମରେ ବିକ୍ରି କରୁଥିଲେ ।