ଘନ କୁହୁଡ଼ି ସାଙ୍ଗକୁ ତୁଷାରପାତର ନିଆରା ଅନୁଭବ । କନ୍ଧମାଳରେ ଖସୁଛି ତାପମାତ୍ରା, ବଢୁଛି ଶୀତ । ଏଠାରେ ଗତକିଛି ଦିନ ହେଲା ଲଗାତର ତାପମାତ୍ରା ହ୍ରାସ ପାଉଥିବା ବେଳେ ଘନ କୁହୁଡ଼ି ସାଙ୍ଗକୁ ତୁଷାରପାତ ହେଉଛି । ଦୁଇ ଦିନରେ ୨.୫ ଡିଗ୍ରୀ ସେଲସିୟମ୍ ତାପମାତ୍ରା ହ୍ରାସ ପାଇ ୧୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ବିଳମ୍ବରେ ହେଉପଛେ କନ୍ଧମାଳକୁ ଶୀତ ଛୁଇଁଥିବା ବେଳେ ପହିଲି ଶୀତର ମଜା ନେଉଛନ୍ତି ଅଞ୍ଚଳବାସୀ । ଘନ କୁହୁଡ଼ି ଯୋଗୁଁ ଯାନବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହେଉଛି । ବିଶେଷକରି ଶୀତଦିନେ କନ୍ଧମାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଗେଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଗହଳି ଜମିଥାଏ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା