ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ଭିତରେ ବଳପୂର୍ବକ ପଶି ଭଙ୍ଗାରୁଜା କରିବା ସହ ଭାରତୀୟ ତ୍ରିରଙ୍ଗାର ଅପମାନ କରିଥିଲେ ଖଲିସ୍ତାନୀ ସମର୍ଥକ । କିନ୍ତୁ ଏବେ ସେହି ସ୍ଥାନରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର । ଶତାଧିକ ଭାରତୀୟ ସମର୍ଥକ ହାତରେ ତ୍ରିରଙ୍ଗା ଧରି ଶକ୍ତି ପ୍ରଦର୍ଶନ କରିଛନ୍ତି । ତ୍ରିରଙ୍ଗାରେ କେତେ ଶକ୍ତି ଅଛି, ତାହା ପ୍ରମାଣ କରି ଦେଖାଇଛନ୍ତି ଲଣ୍ଡନରେ ଥିବା ଭାରତୀୟ । ବିଭିନ୍ନ ଦେଶାତ୍ମବୋଧ ଗୀତର ତାଳେ ତାଳେ ନାଚିଥିଲେ ଭାରତୀୟ । ଏହାସହ ଭାରତୀୟ ସମ୍ପ୍ରଦାୟ ଖଲିସ୍ତାନୀଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ଯେ କେହିବି ଭାରତକୁ ନାଲି ଆଖି ଦେଖାଇପାରିବେ ନାହିଁ । ଆଉ ସେଠାରେ ରହୁଥିବା ସବୁ ଭାରତୀୟ ଖଲିସ୍ତାନୀଙ୍କ ଏଭଳି ବ୍ୟବହାରକୁ ନିନ୍ଦା କରିବା ସହ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ