ଖରା ଦିନିଆ ପ୍ରଚଣ୍ଡ ରୌଦ୍ରତାପର ପ୍ରକୃତ କାରଣ

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅବ୍ୟାହତ ରହିଛି। ପ୍ରବଳ ଝାଞ୍ଜି ପବନରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀମାନେ ବୃକ୍ଷମୂଳେ ଦିନ କାଟୁଛନ୍ତି। ଗୃହପାଳିତ ପଶୁ ପକ୍ଷୀମାନେ ପଙ୍କ କାଦୁଅରେ ସରବର ହୋଇ ଖରା ସମୟ ବିତାଉଛନ୍ତି। ଉତ୍ତର – ପଶ୍ଚିମ ପବନ ରାଜ୍ୟର ତାପ ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି।ସହର ହେଉ ବା ଗ୍ରାମାଞ୍ଚଳ ଦୃତ ହ୍ରାସ ପାଉଥିବା ଜଙ୍ଗଲ ବୃଦ୍ଧି ପାଉଥିବା ଯାନ ବାହାନ,ଖଣି, କୋଇଲା ବ୍ୟବହୃତ ଭାଟି ପରିବେଶରେ ଅଙ୍ଗାରକାମ୍ଳର ମାତ୍ରା ବୃଦ୍ଧି ଯୋଗୁଁ ପରିବେଶ ପ୍ରଦୂଷିତ ସାଙ୍ଗକୁ ତାପମାତ୍ରା ବୃଦ୍ଧି ହେଉଛି।ଏହା ବ୍ୟତୀତ କଂକ୍ରିଟ ସଡ଼କ ବାୟୁ ମଣ୍ଡଳକୁ ଉତ୍ତପ୍ତ କରିବାରେ ପ୍ରମୁଖ କାରଣ ପାଲଟିଛି।


ପୂର୍ବାହ୍ନ ୧୧ଟାରୁ ଗ୍ରାମ ହେଉ ବା ସହର ରାସ୍ତାଘାଟ ଶୁନଶାନ୍ ହୋଇ ପଡ଼ୁଛି।ମୁଣ୍ଡଫଟା ଖରା ସାଙ୍ଗକୁ ଗରମ ପବନ ଦୁର୍ବିସହ କରିଦେଉଛି। ଛୋଟ ବଡ଼ ବ୍ୟବସାୟୀଙ୍କ ଠାରୁ ଦୈନଦିନ ମଜୁରି ଗୁଜୁରାଣ ମେଣ୍ଟାଉଥିବା ଶ୍ରମିକମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ପ୍ରଚଣ୍ଡ ଖରାରେ ସମସ୍ତେ କାମକୁ ଯାଇ ନପାରି ଆର୍ଥିକ ଅନଟନର‌ ଶିକାର ହେଉଛନ୍ତି।ସହର ତଥା ଗ୍ରାମାଞ୍ଚଳ ମାନଙ୍କରେ ଥିବା ଜଳ ଉତ୍ସଗୁଡିକ ଶୁଖି ଯିବାରୁ ଜଳ ସ୍ତର ନିମ୍ନଗାମୀ ହେଉଛି। କୂଅ, ନଳକୂପ, ପୋଖରୀ ଶୁଷ୍କ ହେବାରେ ଲାଗିଛି।
ଦୀର୍ଘଦିନ ଗ୍ରୀଷ୍ମପ୍ରବାହ ପରେ ନିକଟରେ ବର୍ଷା ହେବାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ହେଲେ ଏ ଆଶ୍ବସ୍ତି କ୍ଷଣସ୍ଥାୟୀ, ସୂର୍ଯ୍ୟଙ୍କ ପ୍ରଚଣ୍ଡକୋପରୁ ରକ୍ଷା ନାହିଁ। ଓଡ଼ିଶାରେ ବର୍ଷା ଦିନେ ବନ୍ୟା ଓ ଗ୍ରୀଷ୍ମ ଋତୁରେ ଜଳକଷ୍ଟର ସମ୍ମୁଖୀନ ହେବାର କ’ଣ ରହିଛି କାରଣ ତାହା ଏବେଠାରୁ ତର୍ଜମା କରିବା ଆବଶ୍ୟକ ନଚେତ୍ ଆଗକୁ ଏହା କି ପ୍ରକାର ଦୁର୍ବିସହ ହେବ ତାହା ଦେଖିବାକୁ ସମୟ ମିଳିବ ନାହିଁ ।।

https://thetopmost.in/%e0%ac%b0%e0%ac%be%e0%ac%9c-%e0%ac%ae%e0%ac%b9%e0%ac%ae%e0%ad%8d%e0%ac%ae%e0%ac%a6-%e0%ac%97%e0%ac%bf%e0%ac%b0%e0%ac%ab-%e0%ac%86%e0%ac%b0%e0%ac%8f%e0%ac%b8%e0%ac%8f%e0%ac%b8%e0%ac%95%e0%ad%81/

https://thetopmost.in/%e0%ac%9f%e0%ac%ae%e0%ac%be%e0%ac%9f%e0%ad%8b%e0%ac%b0%e0%ad%81-%e0%ac%ae%e0%ac%bf%e0%ac%b3%e0%ac%bf%e0%ac%ac-%e0%ac%85%e0%ac%a3%e0%ad%8d%e0%ac%a1%e0%ac%be-%e0%ac%93-%e0%ac%9f%e0%ad%81%e0%ac%a8/

SHARE BY