ବର୍ତ୍ତମାନ ବଦଳୁଥିବା ତାପମାତ୍ରା ଅନେକ ଚର୍ମ ସମସ୍ୟାର କାରଣ ସାଜୁଛି । ଖରା ଆସିଲେ ଆମ ଚର୍ମରେ ଶୁଷ୍କତା ଆସିଥାଏ, ତେଣୁ ଏଥିପାଇଁ ମଧ୍ୟ ଆଦ୍ରତା ଦରକାର । କେବଳ ଯେ ଶୀତଦିନେ ଶରୀରରେ କ୍ରିମ୍ ଲଗାଇବାର ଆବଶ୍ୟକତା ରହିଛି ଏଭଳି ନୁହେଁ, ଖରାଦିନେ ମଧ୍ୟ ଏଭଳି କେତେକ ଟ୍ରିକ୍ ଅଛି ଯାହାକୁ ଅନୁକରଣ କରିବାର ଆବଶ୍ୟକତା ରହିଛି । ଆସନ୍ତୁ ପଢିବା ସେହିଭଳି କିଛି ଟ୍ରିକ୍ ସମ୍ବନ୍ଧରେ..

- ଶୁଷ୍କ ଚର୍ମ କାରଣରୁ ଆମ ଶରୀରରେ ଫାଟ ଦେଖାଯାଇଥାଏ । ତେଣୁ ସର୍ବଦା ଚର୍ମର ଆଦ୍ରତାକୁ ବଜାୟ ରଖିବାକୁ ପଡିଥାଏ । ଏଥିପାଇଁ ଅଧିକ ପାଣି ପିଅନ୍ତୁ । ଏହା ଛଡା ଶରୀରରେ କ୍ରିମ୍ ଲଗାଇବାକୁ ଭୁଲନ୍ତୁ ନାହିଁ । ଖରାକୁ ବାହାରିବା ମାତ୍ରେ ସନ୍ସ୍କ୍ରିନ୍ ଲଗାନ୍ତୁ ।
- ସେହିଭଳି ବ୍ୟବହାର କରୁଥିବା ପ୍ରସାଧାନ ସାମଗ୍ରୀରେ ଜୋଜବା ତେଲ, ନଡିଆ ତେଲ, ଅଲିଭ୍ ତେଲ, ଶେୟା ବଟର୍ ରହିଛି ନା ନାହିଁ ତାହାର ତଦାରଖ କରନ୍ତୁ । ଯଦି ଚର୍ମରେ କିଛି ସମସ୍ୟା ଦେଖାଯାଉଛି ତେବେ ଏହି ତୈଳଯୁକ୍ତ ସାମଗ୍ରୀର ବ୍ୟବହାର କରନ୍ତୁ ।
- ଗରମ ପାଣିରେ ହାତ ଧୋଇବା କିମ୍ବା ଗାଧୋଇବାରୁ ନିବୃତ ରୁହନ୍ତୁ । ଯେତେ ପାରୁଛନ୍ତି ଥଣ୍ଡା ପାଣିର ବ୍ୟବହାର ବଢାନ୍ତୁ ।
- ଦିନରେ କିଛି ସମୟ ପାଇଁ ନିଜ ଚର୍ମକୁ ମସାଜ କରନ୍ତୁ, ଏପରି କରିବା ଦ୍ୱାରା ତ୍ୱଚାରେ ଥିବା ମୃତକୋଷିକା ବାହାରି ଯାଇଥାଏ ।

More Stories
ଅଧିକ ମାଂସ ଖାଉଥିଲେ ହୋଇପାରେ ଏହି ବଡ ସମସ୍ୟା
ନଡିଆ ଦିଏ ଏହି ସବୁ ସମସ୍ୟାରୁ ମୁକ୍ତି
ଖାଇବା ପୂର୍ବରୁ ଏହା ପିଇଲେ, ପତଳା ହେବାକୁ ଦରକାର ପଡିବନି ଏକ୍ସରସାଇଜ