ଅର୍ଗସ ଟିଭି ପଦମପୁରରେ ବିଜେପି ପାଇଁ ବାଣ୍ଟୁଛି ଟଙ୍କା । ଘଟଣାକୁ ନେଇ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି । ଖବର ସଂଗ୍ରହ ନାଁରେ ଲୋକଙ୍କୁ ଟଙ୍କା ବାଣ୍ଟି ବିଜେପିକୁ ଭୋଟ ଦେବାକୁ ପ୍ରବର୍ତ୍ତାଉଛି । ଏହାସହ ନୀରିହ ଗାଁ ଲୋକଙ୍କୁ ଟଙ୍କା ଦେଇ କ୍ୟାମେରା ଆଗରେ ବିଜେଡି ଟଙ୍କା ବାଣ୍ଟୁଥିବା ନେଇ କହିବାକୁ କରୁଛନ୍ତି ବାଧ୍ୟ । ଏମିତି ଅଭିଯୋଗ ଆଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡି ପ୍ରତିନିଧି ମଣ୍ଡଳୀ ।

ଅର୍ଗସ ନ୍ୟୁଜ୍ ଚ୍ୟାନେଲ ପଦମପୁରର ଦୁଇଟି ଗାଁରେ ଟଙ୍କା ବାଣ୍ଟିଥିବା ପ୍ରମାଣ ଦେବା ସହ ତୁରନ୍ତ ଏଠାରେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି । ସାଂସଦ ସସ୍ମିତ ପାତ୍ର କହିଛନ୍ତି, ‘ଏକ ସମ୍ବେଦନଶୀଳ ବିଷୟକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଆସିଥିଲୁ । ପଦମପୁର ଉପନିର୍ବାଚନରେ ଗଣମାଧ୍ୟମର ଯେମିତି ଭୁମିକା ରହିବା କଥା ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲରେ ଦେଖିବାକୁ ମିଳୁନି । ଅର୍ଗସ୍ ଟିଭି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଅଭିଯୋଗ ନେଇ ଆସିଥିଲୁ । ନିର୍ବାଚନ ପ୍ରଚାର ସମୟ ସରିବା ପରେ ଏବେ ବି ଅର୍ଗସ ନ୍ୟୁଜ୍ ଚ୍ୟାନେଲର ୪୦ରୁ ୫୦ ଟିମ୍ ପଦମପୁରରେ ଅଛନ୍ତି । ଏମାନଙ୍କୁ ପଦମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଟଙ୍କା ବାଣ୍ଟିବାକୁ ଦାୟିତ୍ବ ଦିଆଯାଇଛି ।
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି