The Topmost

“The eyes believe themselves, the ears believe other people.”

କ୍ୟାପିଟାଲ ହସ୍ପିଟାଲ ହେବ ମଡେଲ ହସ୍ପିଟାଲ

କ୍ୟାପିଟାଲ ହସ୍ପିଟାଲ ହେବ ଆମ ହସ୍ପିଟାଲର ମଡେଲ ହସ୍ପିଟାଲ । ହସ୍ପିଟାଲ ବୁଲି ଦେଖିଲେ 5-T ସଚିବ ଭି.କେ ପାଣ୍ଡିଆନ । ହସ୍ପିଟାଲ ପରିସରରେ କିପରି ଚାଲିଛି ରୋଗୀଙ୍କ ଚିକିତ୍ସା । ତାହାକୁ ନେଇ ଅନୁଧ୍ୟାନ କରିଛନ୍ତି ଫାଇଭ-ଟି ସଚିବ । ପ୍ରଥମେ ହସ୍ପିଟାଲର ସ୍କେଚ ଦେଖିଥିଲେ । ତାପରେ ପଞ୍ଜିକରଣ କେନ୍ଦ୍ର ଓ ଔଷଧ ବିତରଣ କେନ୍ଦ୍ରର ବ୍ୟବସ୍ଥା ପଚାରି ବୁଝିଥିଲେ । ବିଶ୍ରାମ କକ୍ଷରେ ଥିବା ଆମ ହସ୍ପିଟାଲର ମାଷ୍ଟର ପ୍ଲାନ୍ ଦେଖିବା ସହ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ । ହସ୍ପିଟାଲ ପ୍ରବେଶ ପଥର ଅନୁଧ୍ୟାନ କରିବା ସହ ବହିର୍ବିଭାଗ, ହୃଦରୋଗ ବିଭାଗରେ କିପରି ଚିକିତ୍ସା ଚାଲିଛି ତାହାର ଅନୁଧ୍ୟାନ କରିଥିଲେ 5-T ସଚିବ । ସ୍ବାସ୍ଥ୍ୟ ସଚିବ ସାଲିନି ପଣ୍ଡିତ ହସ୍ପିଟାଲର ରୋଗୀସେବା ବ୍ୟବସ୍ଥା ବିଷୟରେ ଅବଗତ କରାଇଛନ୍ତି । ଆମ ହସ୍ପିଟାଲ ମାଧ୍ୟମରେ କ୍ୟାପିଟାଲ ହସ୍ପିଟାଲକୁ ପରୀକ୍ଷାମୂଳକ ଭାବେ ଉନ୍ନତି କରାଯାଉଛି । ଏହା ସଫଳ ହେଲେ ରାଜ୍ୟର ୧୪୭ଟି ହସ୍ପିଟାଲକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରାଯିବ । ଏହାକୁ ପାଇଲଟ ଯୋଜନା ଭାବେ ଗ୍ରହଣ କରାଯାଇଛି ।