କ୍ୟାନସର ଲଢେଇରେ ହାରିଗଲେ ଅଭିନେତା ଜୁନିଅର ମେହମୁଦ୍ । ୬୭ ବର୍ଷ ବୟସରେ ଭେଟେରାନ ବଲିଉଡ୍ ଅଭିନେତା ଜୁନିଅର ମେହମୁଦଙ୍କ ପରଲୋକ ହୋଇଛି । କ୍ୟାନସର ରୋଗରେ ପୀଡ଼ିତ ହୋଇ ଗତ ୨ ମାସ ଧରି ଚିକିତ୍ସାଧୀନ ରହିଥିଲେ । ସେ ଯକୃତ ଏବଂ ଫୁସଫୁସ କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟରେ ରହିଥିଲେ । ଅନ୍ତନଳୀରେ ଟ୍ୟୁମର ଏବଂ ଜଣ୍ଡିସରେ ମଧ୍ୟ ଆକ୍ରାନ୍ତ ଥିଲେ ଜୁନିଅର ମେହମୁଦ୍ । ୬୦ ଓ ୭୦ ଦଶକର ବେଶ୍ ଚର୍ଚ୍ଚିତ ଶିଶୁ କଳାକାର ଥିଲେ ଜୁନିଅର ମେହମୁଦ୍ । କାରଭାଁ, ହାଥୀ ମେରେ ସାଥୀ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିୟନର ଜାଦୁ ଦେଖିବାକୁ ମିଳିଥିଲା । ମେରା ନାମ ଜୋକରରେ ବି ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା । ୪ ଦଶନ୍ଧିର କ୍ୟାରିଅରରେ ସେ ପ୍ରାୟ ୨୫୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ