କର୍କଟ ରୋଗର ମୁକାବିଲା ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ନୂତନ ଡ୍ରଗ୍ ଓ ଡାଏଗ୍ନୋଷ୍ଟିକ୍ ଟେକ୍ନିକ୍ସର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଏହି ଗବେଷଣା କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ୪.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏନେଇ ଶୁକ୍ରବାର ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଗଣାଯାଉଥିବା ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚରେ ଆୟୋଜିତ ଏକ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି । ଜୀବନ ବିଜ୍ଞାନ ଗବେଷଣା ଉପରେ ତିନି ଜଣ ମୁଖ୍ୟ ଅନୁସନ୍ଧାନକାରୀ ଏବଂ ୧୪ ଜଣ ସହଗବେଷକମାନେ ଏହି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ନିୟୋଜିତ ହୋଇଛନ୍ତି ବୋଲି ପ୍ରଫେସର ନନ୍ଦ କହିଥିଲେ । ଆଡଭାନ୍ସେସ୍ ଇନ୍ ପାୱାର, ସିଗ୍ନାଲ୍ ଏବଂ ଇନ୍ଫର୍ମେସନ୍ ଟେକ୍ନୋଲୋଜି ଶୀର୍ଷକ ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଥିଲେ । ପ୍ରଫେସର ନନ୍ଦ କିହଥିଲେ ଯେ ଜୁନ୍ ୫ ତାରିଖରେ ପ୍ରକାଶ ପାଇଥିବା ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର୍ୟାଙ୍କିଙ୍ଗ ଫ୍ରେମୱାର୍କ ରାଙ୍କିଙ୍ଗ ୨୦୨୩ରେ ସୋଆ ଦେଶର ଶ୍ରେଷ୍ଠ ୧୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି । ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ହୋଇଥିବା କେତେକ ଅଭିନବ ଫାର୍ମାସ୍ୟୁଟିକାଲ୍ ସୂତ୍ର ବିଷୟରେ ପ୍ରଫେସର ନନ୍ଦ ସୂଚନା ଦେବା ସହ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପରିଚାଳିତ ନ୍ୟାସ୍ନାଲ୍ ରିସର୍ଚ୍ଚ ଡେଭଲପ୍ମେଂଟ କର୍ପୋରେସନ୍ ସହିତ ସୋଆ ନିକଟରେ ଏହି ସୂତ୍ରକୁ ନେଇ ଟେକ୍ନୋଲୋଜି ଲାଇସେନ୍ସିଙ୍ଗ୍ ବୁଝାମଣା ସ୍ୱାକ୍ଷର କରିଛି ବୋଲି କହିଛନ୍ତି । ପ୍ରଫେସର ନନ୍ଦ କହିଛନ୍ତି ଯେ କେବଳ ଗୋଟିଏ କ୍ଷେତ୍ରରେ ଗବେଷଣା ନ କରି ବର୍ତମାନ ବିଭିନ୍ନ ବିଭାଗର ସମନ୍ୱୟରେ ମିଳିତ ଗବେଷଣା କରିବା ଆବଶ୍ୟକ ହୋଇପଡ଼ିଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା