ମୋତେ କ୍ଷମତାକୁ ଆଣିଲେ ଦିଲ୍ଲୀ ଓ ପଞ୍ଜାବରେ ମିଳୁଥିବା ସୁବିଧା ହରିୟାଣାକୁ ମିଳିବ । ହରିୟାଣାର ଆଦମପୁରରେ ‘ମେକ୍ ଇଣ୍ଡିଆ ନମ୍ବର ୱାନ୍’ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଭଳି କହିଛନ୍ତି । ଏହାସହ ନିଜ ସହ ଜଡ଼ିତ ଅନେକ ଅଜଣା କଥା ସମସ୍ତଙ୍କୁ ଜଣାଇଛନ୍ତି । ସେ କହିଛନ୍ତି ଯେ ଆଦମପୁରକୁ ଆସି ମୋତେ ଘରକୁ ଆସିବା ଭଳି ଅନୁଭବ ହେଉଛି । ଦିଲ୍ଲୀ ବିଦ୍ୟାଳୟଗୁଡ଼ିକର ଚେହେରା ବଦଳାଇବା ପରେ ଏବେ ଦିଲ୍ଲୀ ସରକାରୀ ସ୍କୁଲ ବିଷୟରେ ସାରା ବିଶ୍ବ ଆଲୋଚନା କରୁଛି । ସେ ଆହୁରି କହିଛନ୍ତି ଯେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମିଲେନିଆ ଟ୍ରମ୍ପ କହିଛନ୍ତି, ମୁଁ କେଜ୍ରିୱାଲଙ୍କ ସ୍କୁଲ ଦେଖିବାକୁ ଯିବି। ଏହା ମୋ ପାଇଁ ବଡ କଥା । ସମଗ୍ର ଦେଶ ଏଥିପାଇଁ ଗର୍ବିତ ଥିବା ସହ ହରିୟାଣାର ଜଣେ ପିଲା ବିଦ୍ୟାଳୟରେ ସଂସ୍କାର ଆଣିଲା ବୋଲି ହରିୟାଣା ବେଶୀ ଗର୍ବିତ ହୋଇଛି । ଆଦମପୁରରେ ୨-୩ମାସ ପରେ ନିର୍ବାଚନ ହେବାର ଅଛି । ଏହାରିଭିତରେ କେଜ୍ରିୱାଲ କହିଛନ୍ତି ଯେ, ୨୦୨୨ରେ ଆଦମପୁର ଆସନରେ ଆମକୁ ଜିତାଇ ଦିଅନ୍ତୁ । ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ୨୦୨୪ରେ ଆମେ ଏଠାରେ ସରକାର ଗଠନ କରିବୁ । ଆମ ସରକାର ଆସିଲେ ଦିଲ୍ଲୀ ଓ ପଞ୍ଜାବରେ ମିଳୁଥିବା ସୁବିଧା ହରିୟାଣାକୁ ମଧ୍ୟ ମିଳିବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ