ଯୁଦ୍ଧ ଭିତରେ ୟୁକ୍ରେନ ବିରୋଧରେ ଋଷର ନୂଆ ଷଡଯନ୍ତ୍ର । କ୍ରେମଲିନ୍ ଆରମ୍ଭ କରିଛି ଅପରେସନ ବ୍ଲାକ ଆଉଟ । ୧୦ମାସ ଧରି ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରି ଘମାଘୋଟ ଆକ୍ରମଣ କରିଚାଲିଛି ରୁଷ । ଏବେ ୟୁକ୍ରେନର ବିଭିନ୍ନ ସହରରେ ଥିବା ପାୱାର ଗ୍ରୀଡକୁ ଟାର୍ଗେଟ କରୁଛନ୍ତି କ୍ରେମଲିନ । ଗୁରୁତ୍ୱପୂର୍ଣ୍ଣ ଶକ୍ତି ଭିତିଭୂମିକୁ ଟାଗେର୍ଟ କରି ରୁଷ ମିଜାଇଲ ମାଡ କରୁଛି । ଏପର୍ଯ୍ୟନ୍ତ ରାଜଧାନୀ କିଭର ୧୨ଟି ପ୍ରମୁଖ ବିଦ୍ୟୁତ୍ କେନ୍ଦ୍ରରେ ମିଜାଇଲ ମାଡ କରାଯାଇଛି । ସେପଟେ ମିଜାଇଲ ମାଡରେ କ୍ଷତିଗ୍ରସ୍ତ ହୋଇପଡିଥିବା ପାୱାରଗ୍ରୀଡ ଗୁଡିକର ପୁନଃରୁଦ୍ଧାର ପାଇଁ ଦିନରାତି ସଂଘର୍ଷ କରୁଛି ୟୁକ୍ରେନ୍ । ରାଜଧାନୀ କିଭର ପ୍ରାୟ ୪୦ ପ୍ରତିଶତ ଶକ୍ତି ଭିତିଭୂମି ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହାଫଳରେ ୟୁକ୍ରେନର ୪୫ ଲକ୍ଷ ଲୋକେ ଏବେ ଅନ୍ଧାରରେ ରହିଛନ୍ତି । ସହରର ଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ୟୁକ୍ରେନ ପକ୍ଷରୁ ବ୍ଲାକଆଉଟ ଯୋଜନା କରାଯାଉଛି ।
More Stories
ଅଦରକାରୀ ଭାବି ଫିଙ୍ଗନ୍ତୁ ନାହିଁ ଶୁଖିଲା ଫୁଲ
ଏହି ସୁପର୍ ଫୁଡ୍ ଖାଇ ଘଟାନ୍ତୁ ଓଜନ..
ଏହି ରୋଗ ଥିଲେ ଅଧିକ କଲରା ଖାଇବା ମନା