ପୁଣି କୋଭିଡ ଆତଙ୍କ । ଅଷ୍ଟ୍ରେଲିଆର ଏକ କ୍ରୁଜ ଜାହାଜରେ ମାତିଲା ଭାଇରସ । ସିଡନୀରେ ଅଟକିଥିବା କାର୍ନିଭାଲ ଅଷ୍ଟ୍ରେଲିଆର ମାଜେଷ୍ଟିକ ପ୍ରିନସେସ କ୍ରୁଜ ସିପରେ ୮୦୦ ଯାତ୍ରୀ କୋଭିଡ ପଜିଟିଭ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏତେ ସଂଖ୍ୟାରେ ପଜିଟିଭ ମାମଲା ସାମନାକୁ ଆସିଥିବା ସୂଚନା ଦେଇଛନ୍ତି ଗୃହ ବ୍ୟାପାର ମନ୍ତ୍ରୀ କ୍ଲେୟାର ଓ’ ନିଲ୍ । କୋଭିଡର ପୁନଃଆଗମନ ନେଇ ସତର୍କ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି । ନ୍ୟୁ ସାଉଥ ଓ୍ବେଲସ ଷ୍ଟେଟରେ ଥିବା ଏହି ଜାହାଜରେ ଏକାଥରକେ ୮୦୦ ଯାତ୍ରୀ ସଂକ୍ରମିତ ହେବା ପରେ ବଢିଛି ଚିନ୍ତା । ଅତ୍ୟଧିକସ୍ତରୀୟ ସଂକ୍ରମଣ ଯୋଗୁ ଟାୟର-୩ ସତର୍କତା ଅବଲମ୍ବନ କରାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ