January 10, 2026
Jhulan-Goswami-biopic

କ୍ରିକେଟ୍‌ ମଇଦାନରେ ଅନୁଷ୍କା ଶର୍ମା

ମୁମ୍ବାଇ :ଫେବୃଆରୀ ୨୬: କ୍ରିକେଟ୍ ମଇଦାନରେ ପାଦ ଥାପିବେ ବଲିଉଡ ହିରୋଇନ୍‌ ଅନୁଷ୍କା ଶର୍ମା । ହେଲେ ପ୍ରକୃତରେ ନୁହେଁ ବରଂ ସିନେ ପରଦାରେ ନଜର ଆସିବେ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ରିଲ୍‌ ଚରିତ୍ରରେ । ଏକ ରିଅଲ ଷ୍ଟୋରୀକୁ ନେଇ ଆଧାରିତ ଫିଲ୍ମ ଚକଦା ଏକ୍ସପ୍ରେସ ପାଇଁ ପ୍ରସ୍ତୁତ ଅନୁଷ୍କା। ନିଜକୁ ଝୁଲଣଙ୍କ ଭୂମିକାରେ ଖାପ ଖୁଆଇବା ପାଇଁ କରୁଛନ୍ତି ଖୁବ୍ ପରିଶ୍ରମ। ଫିଲ୍ମରେ ନିଜ ଚରିତ୍ରକୁ ଦମଦାର କରିବା ପାଇଁ ସେ ଝୁଲଣଙ୍କ ପରି ପରଫେକଫ ବୋଲିଂ ସ୍କିଲ ପାଇଁ ନେଟରେ ପ୍ରାକଫିସ୍‌ କରୁଥିବା ଦେଖିବାକୁ ମିଳିଛି । ତେବେ ଅନୁଷ୍କାଙ୍କ ଏହି ଫିଲ୍ମର ପୋଷ୍ଟରେ ନିଜେ ଝୁଲଣ ମଧ୍ୟ ଅନୁଷ୍କାଙ୍କୁ ସାବାସି ଦେଇଛନ୍ତି । ଏହା ସହ ତାଙ୍କର ଫ୍ୟାନମାନେ ତାଙ୍କୁ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ।

SHARE BY