The Topmost

“The eyes believe themselves, the ears believe other people.”

କ୍ରିକେଟରମାନଙ୍କ ଭାବ ବିହ୍ବଳ ପୋଷ୍ଟ

ସମଗ୍ର ବିଶ୍ୱରେ ପାଳନ କରାଯାଉଛି ମାତୃଦିବସ । ଏହି ବିଶେଷ ଉତ୍ସବରେ ସମସ୍ତେ ସୋସିଆଲ ମିଡିଆ ମାଧ୍ୟମରେ ସ୍ବତନ୍ତ୍ର ପୋଷ୍ଟ ସେୟାର କରି ନିଜ ନିଜ ମା’ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି କ୍ରମରେ କ୍ରିକେଟରମାନେ ବି ସାମିଲ ରହିଛନ୍ତି। ବିରାଟ କୋହଲି ସୋସିଆଲ ମିଡିଆରେ ସ୍ତ୍ରୀ ଅନୁଷ୍କା ଏବଂ ତାଙ୍କ ଝିଅଙ୍କ ଏକ ଫଟୋ  ସେୟାର କରିଛନ୍ତି। ଏହି ଫଟୋ‌ରେ ତାଙ୍କ ଚେହେରା ସ୍ପଷ୍ଟ ଭାବେ ଦେଖାଯାଉନାହିଁ। କିନ୍ତୁ ଏହି ଫ‌ଟୋକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି। ଏଥିସହିତ ବିରାଟ ଅନୁଷ୍କାଙ୍କ ମା’ ଏବଂ ତାଙ୍କ ମା’ଙ୍କ ଫଟୋ ସେୟାର କରି କ୍ୟାପସନରେ ଶୁଭ ମାତୃ ଦିବସ ବୋଲି ଲେଖିଛନ୍ତି। ଅନୁଷ୍କା ଏହି ପୋଷ୍ଟରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି,‘ଥ୍ୟାଙ୍କ ୟୁ’। କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ତାଙ୍କ ମା’ଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳୁଛି। ଫଟୋ ସେୟାର କରି ସେ ଏକ ହୃଦୟସ୍ପର୍ଶୀ କ୍ୟାପସନ ବି ଦେଇଛନ୍ତି। ସେହିପରି ଶିଖର ଧାଓ୍ବନ ମା’ଙ୍କ ସହିତ ଫଟୋ ସେୟାର କରି ଲେଖିଛନ୍ତି, ମା’ ମୋତେ ଜୀବନର ସର୍ବୋତ୍ତମ ଜିନିଷ ଦେଇଥିବାରୁ ଧନ୍ୟବାଦ। ତୁମ ସ୍ନେହ ପ୍ରେମ, ଯତ୍ନ ଏବଂ ତୁମର ସବୁବେଳେ ଅବିଶ୍ୱସନୀୟ ସମର୍ଥନ ପାଇଁ ମୁଁ ଋଣୀ । ହାପି ମଦର୍ସ ଡେ’ ମା’ ।