ନବ ଦାସ ହତ୍ୟା ମାମଲା । କେତେ ସତ କହୁଛି ଅଭିଯୁକ୍ତ ଗୋପାଳ । ଅଭିଯୁକ୍ତ ନିକଟରୁ ସତ ଜାଣିବା ପାଇଁ ବ୍ୟବହାର ହେଉଥିବା ସ୍ୱରୀୟ ସ୍ୱର ବିଶ୍ଳେଷଣ ବା ଲେୟାରଡ୍ ଭଏସ୍ ଆନାଲିସିସ୍ ପରୀକ୍ଷା କରାଯାଇଛି । ଏହି ପଦ୍ଧତି ମାଧ୍ୟମରେ ଗୋପାଳଙ୍କ ସ୍ୱର ଅନୁଧ୍ୟାନ କରାଯାଉଛି । ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ହତ୍ୟା କରିଥିବା କହୁଥିବା ବେଳେ ଏହି ପଦ୍ଧତିରେ ସତର ଅନୁଧ୍ୟାନ କରାଯାଉଛି । ଏହା ସହ ଗୋପାଳଙ୍କ ଫରେନସିକ୍ ସାଇକୋଲୋଜିକାଲ୍ ଆସେସମେଂଟ ବା ମନସ୍ତାତ୍ୱିକ ପରୀକ୍ଷା ବି କରାଯାଇଛି । ଏହି ଦୁଇ ପରୀକ୍ଷା ଦ୍ୱାରା ରିମାଣ୍ଡ ବେଳେ ଗୋପାଳ ଦେଉଥିବା ତଥ୍ୟ କେତେ ନିର୍ଭର ଯୋଗ୍ୟ ତାହା ଜଣାପଡ଼ିବ । ଦିଲ୍ଲୀର କେନ୍ଦ୍ରୀୟ ଫରେନସିକ୍ ସାଇନ୍ସ ଲାବରେଟୋରି ବା ସିଏଫଏସଏଲର ଟିମ୍ ଏହି ପରୀକ୍ଷା କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା