ଚୀନରେ କରୋନାର ତାଣ୍ଡବ ଥମିବାର ନାଁ ନେଉନାହିଁ । ଚୀନରେ ଦୌନିକ ସଂକ୍ରମଣ ଏବେ ୧୦ଲକ୍ଷ ରହି ଥିବାବେଳେ ମୃତ୍ୟୁ ସଂଖ୍ୟା ୫ହଜାର ଛୁଇଁଲାଣି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ଆଗାମୀ ଦିନରେ ଚୀନରେ ରେକର୍ଡସ୍ତରରେ ସଂକ୍ରମଣ ଚିହ୍ନଟ ହେବେ । ଜାନୁଆରୀ ମାସ ମଧ୍ୟଭାଗରେ ଦୈନିକ ସଂକ୍ରମଣ ୩୭ ଲକ୍ଷ ଓ ଫେବୃଆରୀ ମାସରେ ୪୭ଲକ୍ଷ ଛୁଇଁପାରେ । ଚାଇନିଜ୍ ସେଣ୍ଟର ଫର ଡିଜିଜ୍ ଆଣ୍ଡ ପ୍ରିଭେନସନ୍ ସୂଚନା ଦେଇଛି ଯେ ଦେଶରେ କରୋନା ସଂକ୍ରମଣ ମାମଲା ନୂଆ ରେକର୍ଡ ଛୁଇଁ ସାରିଛି । ତେବେ ଗୋଟେ ପଟେ ଚୀନରେ ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି । ଅନ୍ୟପଟେ ସେଠାକାର ସ୍ୱାସ୍ଥ୍ୟ ସେବା ବ୍ୟାହତ ହୋଇପଡିଛି । ହସପିଟାଲରେ ମିଳୁନି ବେଡ, ଆଉ ତାସାଙ୍ଗକୁ ଔଷଧଠୁ ନେଇ ଅତ୍ୟାବଶକୀୟ ଚିକିତ୍ସା ସାମଗ୍ରୀର ଅଭାବ । ଏହାସହ ଅକ୍ସିଜେନର ଘୋର ଅଭାବ ମଧ୍ୟ ରହିଛି । ମୃତ୍ୟୁ ଓ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଚୀନ ସରକାର କିନ୍ତୁ ସତ ଲୁଚାଇ ଭୁଲ ତଥ୍ୟ ଦେଉଥିବା କୁହାଯାଉଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍