The Topmost

“The eyes believe themselves, the ears believe other people.”

କୋଲକାତାରେ ଟିଏମସିର ନିଆରା ପ୍ରତିବାଦ 

କେନ୍ଦ୍ର ସରକାରଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । ସେ କୋଲକାତାରେ ଆୟୋଜିତ ଏକ ଧର୍ମଘଟରେ ସାମିଲ ହୋଇ ମଞ୍ଚ ଉପରେ “ବିଜେପି ୱାଶିଂ ମେସିନ୍” ପ୍ରଦର୍ଶନ କରିଥିଲେ । ପରେ ଏହି ମେସିନରେ ଏକ କଳା ରଙ୍ଗର କପଡା ଭର୍ତ୍ତି କରି ତୁରନ୍ତ ସେଥିରୁ ଏକ ଧଳା ରଙ୍ଗର କପଡା ବାହାର କରିଥିଲେ । ତୃଣମୂଳ କଂଗ୍ରେସ ମଧ୍ୟ ଏହି ୱାଶିଂ ମେସିନର ଭିଡିଓକୁ ଏହାର ଅଧିକାରୀକ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି । ଟିଏମସି ଦ୍ୱାରା ଆୟୋଜିତ ଧର୍ମଘଟରେ ଘରୋଇ ଗ୍ୟାସର ମୂଲ୍ୟ ବୃଦ୍ଧି, ରାଜ୍ୟ ସରକାରୀ ପାଣ୍ଠି ରିଲିଜ୍ ନହେବା ଏବଂ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାରକୁ ନେଇ ସ୍ୱର ଉତୋଳନ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଥିଲେ, “କେନ୍ଦ୍ରୀୟ ଏଜେନ୍ସି ବିରୋଧୀ ଦଳର ନେତାମାନଙ୍କୁ ଟାର୍ଗେଟ କରୁଛି, କିନ୍ତୁ ବିଜେପିରେ ଯୋଗ ଦେଇଥିବା କୌଣସି ନେତାଙ୍କ ବିରୋଧରେ କୌଣସି ତଦନ୍ତ ଆରମ୍ଭ କରୁନାହିଁ । ବିଜେପି ଏକ ୱାଶିଂ ମେସିନରେ ପରିଣତ ହୋଇଛି । ପ୍ରତିବାଦ କରିବାର ସମସ୍ତ ଅଧିକାର ଅଛି । ଯଦି ଆବଶ୍ୟକ ହୁଏ, ତାହେଲେ ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ।