କୋର୍ଟ ଭିତରେ ପାକିସ୍ତାନର ବରିଷ୍ଠ ଆଇନଜୀବୀଙ୍କୁ ଗୁଳିକରି ହତ୍ୟା । ପେଶଓ୍ବାର ହାଇକୋର୍ଟ ବାରରେ ବରିଷ୍ଠ ଆଇନଜୀବୀ ଅବଦୁଲ ଲତିଫ ଆଫ୍ରିଦିଙ୍କୁ ଗୁଳି କରି ହତ୍ୟା କଲେ ସହଯୋଗୀ । କୌଣସି କାରଣରୁ ସହଯୋଗୀ ଆଇନଜୀବୀ ଆଦନାନ ଆଫ୍ରିଦିଙ୍କୁ ଗୁଳି କରିଥିଲେ । ଗୁଳିମାଡରେ ସେ ଆହତ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଆଦନାନ ଗିରଫ ହୋଇଛନ୍ତି । ଆଫ୍ରିଦିଙ୍କ ଦେହରେ 6ଟି ଗୁଳି ବାଜିଥିବା ସୂଚନା ରହିଛି । ପାକିସ୍ତାନ ସୁପ୍ରିମକୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଭାପତି ଥିଲେ ଆଫ୍ରିଦି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ