ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ଗୁରୁବାର ବ୍ରିଟେନର ଅଦାଲତରେ ହାଜର ହୋଇଥିଲେ । ‘ଏତେ ଶୀଘ୍ର ତାଙ୍କର ଭାରତକୁ ପ୍ରତ୍ୟାର୍ପଣ ହେଉନାହିଁ ବରଂ ସେ ବର୍ଷ ବ୍ରିଟେନରେ ରହିବେ’ ବୋଲି କୋର୍ଟରେ କହିଥିଲେ । ତେବେ ଏଭଳି କହିବା ପଛର କାରଣ ମଧ୍ୟ ସେ କହିଥିଲେ । କହିରଖୁଁ , ନୀରବ ମୋଦୀ ୧୩ ହଜାର କୋଟି ଟଙ୍କା ଟିକସ୍ ଫାଙ୍କିବା ଅଭିଯୋଗରେ (ପିଏନବି ଦୁର୍ନୀତି)ରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ସେ ବ୍ରିଟେନ୍ ପଳାଇଥିଲେ । ସେଠାରେ ମଧ୍ୟ ତାଙ୍କ ବିରୋଧରେ ବିଚାର ଚାଲିଛି । ଟେସ୍ମୋସାଇଡ୍ କୋର୍ଟରେ ଭିଡିଓ ଲିଙ୍କ ମାଧ୍ୟମରେ ୫୨ ବର୍ଷୀୟ ମୋଦୀଙ୍କର ଶୁଣାଣୀ ହୋଇଥିଲା । ଏହି ଶୁଣାଣୀ ତାଙ୍କର ଅସଫଳ ପ୍ରତ୍ୟର୍ପଣ ଅପିଲ ଉପରେ ଦିଆଯାଇଥିବା ଆର୍ଥିକ ଜରିମାନା ଉପରେ ହୋଇଥିଲା । ୧ଲକ୍ଷ ୫୦ ହଜାର ୨୪୭ ପାଉଣ୍ଡର ଜରିମାନା ଲଗାଇଥିଲେ ବ୍ରିଟେନ୍ କୋର୍ଟ କିନ୍ତୁ ଏହାକୁ କୋହଳ କରିବାକୁ ଅପିଲ କରିଥିଲେ ନୀରବ ମୋଦୀ ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର