୧୫ ଘଣ୍ଟା ପରେ ଯାଜପୁର ଜିଲ୍ଲା କୋରେଇ ଷ୍ଟେସନ ଦେଇ ସ୍ୱାଭାବିକ ହୋଇଛି ରେଳ ଚଳାଚଳ । ଆଜି ସକାଳେ ୨ଟି ମାଲବାହୀ ଟ୍ରେନ୍ ଓ ଏକ ଯାତ୍ରୀବାହୀ ଟ୍ରେନ୍ କୋରେଇ ଷ୍ଟେସନ ଦେଇ ଗତି କରିଛନ୍ତି । ହେଲେ କୌଣସି ଟ୍ରେନ୍ କୋରେଇ ଷ୍ଟେସନରେ ୫ଦିନ ଅଟକିବ ନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଦୁର୍ଘଟଣା ପରେ କାମ ଶେଷ ହୋଇନଥିବାରୁ କୋରେଇ ଷ୍ଟେସନରେ କୌଣସି ଟ୍ରେନ୍ ଅଟକିବ ନାହିଁ ବୋଲି କୁହାଯାଇଛି । ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୋମବାର ଷ୍ଟେସନରେ ଘଟିଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଖଡ଼ଗପୁରରୁ ଛତ୍ରପୁର ଅଭିମୁଖେ ଯାଉଥିବା ଦ୍ରୁତଗାମୀ ମାଲବାହୀ ଟ୍ରେନ ୮ଟି ବଗି ଲାଇନଚ୍ୟୁତ୍ ହୋଇଥିଲା। ଫଳରେ କିଛି ବଗି ଯାତ୍ରୀ ବିଶ୍ରାମଗାର ଓ ଟିକେଟ ଘର ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ପ୍ଲାଟଫର୍ମ, ଟ୍ରାକ୍, ଟିକେଟ୍ ଘର, ଯାତ୍ରୀ ବିଶ୍ରାମଗାର ଏବଂ ଫୁଟ୍ ଓଭର ବ୍ରିଜ୍ କ୍ଷତିଗ୍ରସ୍ତ ହୋଇଥିଲା।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା