କୋରାପୁଟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ଓଡ଼ିଶାର ପ୍ରଥମ ସୁଡ଼ଙ୍ଗ ରାଜପଥ, ରୋମାଞ୍ଚକର ଯାତ୍ରାର ମଜା ନେବେ ପର୍ଯ୍ୟଟକ । ନିର୍ମାଣାଧୀନ ଭାରତମାଳା ଜାତୀୟ ରାଜପଥର ଟନେଲ ରୋଡ଼ କୋରାପୁଟ ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି । କୋରାପୁଟ ଜିଲ୍ଲା ଓଡ଼ିଶା-ଆନ୍ଧ୍ର ସୀମାନ୍ତ ସୁଙ୍କି ଠାରେ ଓଡ଼ିଶାର ପ୍ରଥମ ସୁଡ଼ଙ୍ଗ ରାଜପଥ ନିର୍ମାଣ ହେଉଛି । ଏହା ରାଜ୍ୟର ପ୍ରଥମ ଟନେଲ(ସୁଡ଼ଙ୍ଗ) ଜାତୀୟ ରାଜପଥ ହେବ । ଏହି ସୁଡ଼ଙ୍ଗ ରାସ୍ତା ପର୍ଯ୍ୟଟକଙ୍କୁ ବେଶ ରୋମାଞ୍ଚକର ଅନୁଭୂତି ଦେବ । ଏହି ପ୍ରକଳ୍ପ ୨୦୨୫ ସୁଦ୍ଧା ଶେଷ ହେବା । ୧୬ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପରେ ରାୟପୁରଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ୪୬୫ କିମି ରାସ୍ତା ନିର୍ମାଣ ହେଉଛି । ରାସ୍ତା ନିର୍ମାଣ ପାଇଁ କୋରାପୁଟ ଓ ନବରଙ୍ଗପୁର ଜିଲ୍ଳାର ୮୭୩ ହେକ୍ଟର ଘରୋଇ ଜମି, ୩୦୭ ହେକ୍ଟର ସରକାରୀ ଜମି ଏବଂ ୩୬୩ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା