କରୋନା ସ୍ଥିତି ସମୀକ୍ଷା କରିବେ ପିଏମ୍ । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରିଭ୍ୟୁ ମିଟିଂ । ଦେଶରେ କରୋନା ସ୍ଥିତି ସମୀକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି । ଚୀନରେ କରୋସ୍ଥିତି ବିସ୍ଫୋରକ ରୂପ ଧାରଣ କରିଥିବାବେଳେ ସଂକ୍ରମଣ ଗ୍ରାଫ୍ ଉପରମୁହାଁ ହୋଇଛି । ଚୀନରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାକୁ ଦେଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନ୍ତା ବ୍ୟକ୍ତ କରିଛି । ଦେଶରେ ଜିରୋ କୋଭିଡ୍ ପଲିସି କଟକଣା ହଟିବା ପରେ ଦେଶରେ କରୋନା ସ୍ଥିତି ସାଂଘାତିକ ହୋଇଛି । ଚୀନ ସ୍ଥିତିକୁ ନଜରରେ ରଖି ଭାରତ ସରକାର ସତର୍କ ହୋଇଛନ୍ତି । ସମସ୍ତ ରାଜ୍ୟ ସରକାର ଜିନୋମ ସିକ୍ବେନ୍ସିଂକୁ ପ୍ରାଧାନ୍ୟ ଦେବାକୁ କେନ୍ଦ୍ର ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଏବେ ବି ମହାମାରୀ ବିପଦ ଟଳିନି, ସତର୍କ ରହିବା ଆବଶ୍ୟକ ବୋଲି ବିଶଷଷଜ୍ଞ ମତ ଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ