ମାଡିଆସୁଛି ଆଉ ଏକ ମହାମାରୀ। ସଜାଗ ରହିବାକୁ WHOର ଚେତାବନୀ। କରୋନାଠାରୁ ବି ଭୟଙ୍କର ବିପତ୍ତିର ସାମ୍ନା କରିବ ବିଶ୍ବ। ଭୟାବହ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ବିଶ୍ବବାସୀଙ୍କୁ ସତର୍କ କରାଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରମୁଖ ଟେଡରସ ଘେବ୍ରେୟେସସ୍। ଜେନିଭାରେ ଆୟୋଜିତ ୭୬ତମ ଓ୍ବାର୍ଲଡ ହେଲଥ ଆସେମଲିରେ ଏ ନେଇ WHO ପକ୍ଷରୁ ଏକ ରିପୋର୍ଟ ଦାଖଲ କରାଯାଇଛି । କରୋନା ମହାମାରୀରେ ବିଶ୍ବରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । କରୋନାକୁ ଗ୍ଲୋବାଲ ଏମର୍ଜେନ୍ସିରୁ ହଟାଇ ଦିଆଯାଇଥିଲେ ବି ଆଗାମି ଦିନ ପାଇଁ ଆମକୁ ସତର୍କ ରହିବାକୁ ହେବ । ଆଗାମୀ ଦିନରେ ଭୟଙ୍କର ମହାମାରୀ ବିଶ୍ବକୁ କବଳିତ କରିବା ଆଶଙ୍କା ରହିଛି । ନିର୍ଣ୍ଣାୟକ ଓ ସାମୁହିକ ଭାବେ ଏହାକୁ ପ୍ରତିହତ କରିବାକୁ ପ୍ରସ୍ତୁତ ରହିବା ଆବଶ୍ୟକ।
More Stories
2026 ରେ କରନ୍ତୁ ଏହି ମ୍ୟାନିଫେଷ୍ଟେସନ୍, ବଦଳିଯିବ ଜୀବନ
ଋଷ୍ ଠାରୁ ତେଲ କିଣିବା ପଡିଲା ମହଙ୍ଗା
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ