The Topmost

“The eyes believe themselves, the ears believe other people.”

କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି

କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି । ଏନେଇ ଏଏସଆଇ ପକ୍ଷରୁ ହେଲା ଭୂମି ପୂଜନ । ତେବେ ପ୍ରାୟ ୧୨୦ବର୍ଷ ପରେ କୋଣାର୍କ ମନ୍ଦିରରୁ ବାଲି କଢାଯିବାକୁ ଥିବାବେଳେ ବ୍ଲାକ ପାଗୋଡାର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଜରୁରୀ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏଥିପାଇଁ ଅନୁମତି ଦେବା ପରେ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୂଣ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି । ବ୍ରିଟିଶ ଅମଳରୁ ସୂର୍ଯ୍ୟମନ୍ଦିର ଗର୍ଭଗୃହରେ ବାଲି ରହିଛି । ଜଗମୋହନ ସୁରକ୍ଷା ପାଇଁ ୧୯୦୩ରୁ ୩ଦ୍ୱାର ଓ ଗର୍ଭଗୃହରେ ବାଲି ପୁରାଇ ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା । ଏବେ ୧୨୦ବର୍ଷ ପରେ ଏହି ବାଲି କଢା ଯିବା ପାଇଁ ପ୍ରକ୍ରୀୟା ଆରମ୍ଭ ହୋଇଛି । ଏହା ପୂର୍ବରୁ କୋଣାର୍କ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରାଯାଇଛି । ତେବେ ୨ରୁ ୩ ମାସ ଭିତରେ ୱାର୍କିଂ ପ୍ଲାଟଫର୍ମ ପ୍ରସ୍ତୁତ ହୋଇଯିବ । ତାପରେ ପଶ୍ଚିପପଟେ ପିଢା ତଳୁ ଗାତ କରି ବାଲି ବାହାର କରାଯିବା କାମ ଆରମ୍ଭ ହେବ ।