ଅଯୋଧ୍ୟାରେ ରାମଲଲାଙ୍କ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଖେଳିଯାଇଛି । ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ଅଯୋଧ୍ୟା ମୁହାଁ ହେଉଛନ୍ତି । ନିମନ୍ତ୍ରଣ ପାଇବା ପରେ ରାମାୟଣ ସିରିଏଲରେ ରାମ, ଲକ୍ଷ୍ମଣ ଓ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ଅଯୋଧ୍ୟା ପହଂଚିଛନ୍ତି । ଅଭିନେତା ଅରୁଣ ଗୋଭିଲ, ଦୀପିକା ଚିଖଲିୟା ଓ ଅଭିନେତା ସୁନୀଲ ଲହରିଙ୍କୁ ଲୋକେ ପାଦ ଛୁଇଁ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି । ଅଯୋଧ୍ୟାରେ ଗଣମାଧ୍ୟମ ଆଗରେ ଅଭିନେତା କହିଛନ୍ତି ରାମଜନ୍ମଭୂମିରେ ତିଆରି ହେଉଥିବା ରାମଲଲାଙ୍କ ମନ୍ଦିର ସାରା ବିଶ୍ୱକୁ ପ୍ରେରଣା ଯୋଗାଇବ । ରାମ ମନ୍ଦିର କୋଟି କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ଓ ପରିଚୟ ପାଲଟିବ । ସାରା ବିଶ୍ୱ ଦେଖିବ ପୁରୁଷୋତ୍ତମ ରାମଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଆଉ ସେହି ଐତିହାସିକ ମୁହୂର୍ତର ସାକ୍ଷୀ ହେବାକୁ ଥିବାରୁ ରୋମାଂଚିତ ଅନୁଭବ କରୁଥିବା କହିଛନ୍ତି ଅରୁଣ ଗୋଭିଲ ।
“The eyes believe themselves, the ears believe other people.”
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ