The Topmost

“The eyes believe themselves, the ears believe other people.”

କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରର ଦାଦାଗିରି

() କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି । ଗ୍ରାମପୁଞ୍ଜରେ ଓଡ଼ିଆ ଫଳକ ହଟାଇ ଲଗାଯାଇଛି ତେଲୁଗୁ ପୋଷ୍ଟର । ଏବଂ ବିଭିନ୍ନ ସ୍ଥାନରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଓଡ଼ିଆ ଫଳକ ଗୁଡ଼ିକୁ ହଟାଇ ଦିଆଯାଇଛି । ଖାଲି ସେତିକି ନୁହେଁ ଓଡ଼ିଆ ଫଳକ ହଟାଇ ସେହି ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ବଡ଼ ବଡ଼ ପୋଷ୍ଟର ଲଗାଯାଇଛି । ତେବେ ଏତିକିରେ ଆନ୍ଧ୍ରର ଦାଦାଗିରି ସରିନି, ବିଭିନ୍ନ ଯୋଜନାର କାର୍ଯ୍ୟକାରୀ କରିବା ପାଇଁ ମାପଚୁପ ଚଲେଇଛନ୍ତି ଆନ୍ଧ୍ର ଅଧିକାରୀ ।