କୋଟିଆ: ଫେବୃଆରୀ ୧୮: ଆଜି ବିବାଦୀୟ କୋରାପୁଟ ଜିଲ୍ଲା କୋଟିଆରେ ଚାଲିଛି ଭୋଟ୍ ଗ୍ରହଣ ପ୍ରକ୍ରିୟା। ୫୭୯୦ ଭୋଟର ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ସରପଞ୍ଚ ପଦବୀ ପାଇଁ ୭ ଜଣ ନିର୍ବାଚନ ଲଢ଼ୁଥିବା ବେଳେ ସମିତି ସଭ୍ୟ ଅପ୍ରତିନ୍ଦ୍ୱନ୍ଦୀ ରହିଛନ୍ତି। ୭ଟାରୁ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ୩୦,୬୮,୧୮୬ ଜିଲ୍ଲା ପରିଷଦ ଜୋନରେ ମତଦାନ ଚାଲିଛି। ମାଡ଼କାର, ଫଗୁଣସିନେରି, ତାଡ଼ିବାଲସା, ତଳ ଓ ଉପର ସେମ୍ବି ଏବଂ ଗଞ୍ଜେଇପଦର ଆଦି ୧୩ଟି ବୁଥ୍ରେ ପଞ୍ଚାୟତ ନିର୍ବାଚନ କରାଯାଉଛି। ତେବେ କୋଟିଆ ନିର୍ବାଚନ କିପରି ସୁରୁଖୁରୁରେ କରାଯିବ ସେଥିପ୍ରତି କଡା ନଜର ଦିଆଯାଇଛି । ପଡୋଶୀ ଆନ୍ଧ୍ରର ଗତିବିଧି ଉପରେ ମଧ୍ୟ ନଜର ରଖି ବିପୂଳ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଏଥର ଆନ୍ଧ୍ରକୁ ଚେକମେଟ ଦବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ।
“The eyes believe themselves, the ears believe other people.”
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ