କେ. କବିତାଙ୍କୁ ଲଗାତର ଦ୍ବିତୀୟ ଦିନ ଜେରା । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ତଦନ୍ତକାରୀ ସଂସ୍ଥାରେ ହାଜର ହେବାକୁ ଯିବା ରାସ୍ତାରେ କବିତା ସମର୍ଥକଙ୍କୁ ଫୋନ୍ ଥିବା ବ୍ୟାଗ ଦେଖାଇଛନ୍ତି । ଇଡି ଆଗରେ ସେ ଆଜି ଏସବୁ ପ୍ରମାଣ ଦାଖଲ କରିବେ । କେ. କବିତା ୧୦ଟି ଫୋନ୍ ନଷ୍ଟ କରିଥିବା ପୂର୍ବ ରିପୋର୍ଟରେ ତଦନ୍ତକାରୀ ସଂସ୍ଥା ଦାବି କରିଥିଲା । ତୃତୀୟ ଥର ପାଇଁ ଇଡି ତାଙ୍କୁ ପଚରାଉଚରା କରୁଛି । ପୂର୍ବରୁ ମାର୍ଚ୍ଚ ୧୧ ଓ ଗତକାଲି ମୋଟ୍ ୧୮ରୁ ୧୯ ଘଣ୍ଟା ଜେରା କରିସାରିଛି ଇଡି । ମଦ ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରିଛି ଇଡି । ରାଜନୈତିକ ଅସ୍ତ୍ର ଭାବେ ଇଡିକୁ ବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି କେ. କବିତା ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍