ଆଜିକାଲି ଲୋକେ ଫିଟ୍ନେସ୍ ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି। ଓଜନ କମାଇବାକୁ ବିଭିନ୍ନ ଉପାୟ ଆପଣଉଛନ୍ତି। ଓଜନ କମାଇବାକୁ ଆପଣ ଗ୍ରୀନ୍-ଟି (ସବୁଜ ଚା) ପିଉଛନ୍ତି କି? ଯଦି ପିଉଥାନ୍ତି ତେବେ ଖୁବ୍ ଭଲ କଥା। କାହିଁକି ନା, ଗ୍ରୀନ ଟି କେବଳ ଓଜନ ହ୍ରାସ କରିବାକୁ ନୁହେଁ ଏଥିରେ ଆହୁରି ଅନେକ ଭଲ ଗୁଣ ରହିଛି। ଦୈନିକ ଗ୍ରୀନ-ଟି ପିଇଲେ ମୁଖମଣ୍ଡଳରେ ଔଜଲ୍ୟତା ଆସେ। ଅନେକ ଧରଣର ପେଟ ରୋଗ ଭଲ ହୁଏ, ଥଣ୍ଡା କାଟେ ଓ ଏମିତି ଆହୁରି ଅନେକ। ମାତ୍ର ଗ୍ରୀନ-ଟି ହିଁ କାହିଁକି, ଏହାକୁ ପିଇସାରିବା ପରେ ଏହାର ବ୍ୟାଗକୁ ମଧ୍ୟ ଆପଣ ବିଭିନ୍ନ କାମରେ ଲଗାଇ ପାରିବେ। ତେବେ ଚାଲନ୍ତୁ ଜାଣିବା ଚା ପିଇ ସାରିବା ପରେ ଏହି ବ୍ୟାଗ୍କୁ ଆମେ କେଉଁ ସବୁ କ୍ଷେତ୍ରରେ ବ୍ୟବହାର କରିପାରିବା।
ଗ୍ରୀନ-ଟି ପିଇବା ପରେ ସେହି ବ୍ୟାଗ୍କୁ ଆପଣ ନ ଫୋପାଡ଼ି ରାତିରେ ନିଜ ଆଖି ଉପରେ ରଖିକି ଶୁଅନ୍ତୁ। ଫଳରେ ଆପଣଙ୍କ ଆଖି ତଳ କଳା ପଡ଼ିବା କମ୍ ହେବ। ଯଦି ଫୁଲ କୁଣ୍ଡରେ କିଛି ଗଛ ଲଗାଇଛନ୍ତି ତ ବ୍ୟବହୃତ ଚା ପତିକୁ ସେହି କୁଣ୍ଡରେ ଦିଅନ୍ତୁ ଗଛକୁ ବଢ଼ାଇବାରେ ଏହା ବିଶେଷ ସହାୟକ ହୋଇଥାଏ। ଯଦି ଶରୀରରେ କୌଣସି କଟା କିମ୍ବା ପୋଡ଼ା ଦାଗ ଅଛି ଓ ତାହା ସହଜରେ ଯାଉନାହିଁ ତେବେ ପିଇ ସାରିଥିବା ଚା ପତିକୁ ସେହି ଅଙ୍ଗରେ ପ୍ରତିଦିନ ଘଷନ୍ତୁ ଦେଖିବେ ଦାଗ କମ୍ ପଡ଼ିଯିବ। ଏହାକୁ ସୁଖାଇ ଗୁଣ୍ଡ କରି ଆପଣଙ୍କ କେଶରେ ଲଗାଉଥିବା ମେହେନ୍ଦୀରେ ବି ମିଶ୍ରଣ କରି ଲଗାଇ ପାରିବେ କେଶ ମସୃଣ ହେବ।
More Stories
କିପରି ନେବେ ନିଜ ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟର ଯତ୍ନ
ଥାଇରଏଡ୍ କୁ ଚୁଟକିରେ ଦୂରେଇ ଥାଏ ଏହି ଖାଦ୍ୟ
ପାଟିରେ ପୋଡାଜଳା ହେଉଛି କି