କେରଳ ଆଲାପ୍ପୁଝା-କନ୍ନୁର ଏକ୍ସପ୍ରେସ ଟ୍ରେନରେ ହୋଇଥିବା ବର୍ବର ଆକ୍ରମଣ ଘଟଣାରେ ତଦନ୍ତ କରିବ ଏନ୍ଆଇଏ । ମାମଲାରେ ଗିରଫ ଅଭିଯୁକ୍ତ ଶାରୁଖ ସୈଫିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ଏହା ଆତଙ୍କବାଦ ମାମଲା ବୋଲି ସ୍ପଷ୍ଟ ହୋଇଛି । ଏନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ମାମଲାର ତଦନ୍ତ ଦାୟିତ୍ୱ ନେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଗିରଫ ପରେ କୋଝିକୋଡ୍ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିଯୁକ୍ତ ସୈଫିଙ୍କୁ ଏନ୍ଆଇଏର କେତେକ ଅଧିକାରୀ ଜେରା କରିଥିବା ସୂଚନା । ଏନେଇ ତଦନ୍ତକାରୀ ସଂସ୍ଥା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସବିଶେଷ ରିପୋର୍ଟ ପ୍ରଦାନ କରିବ । ଉକ୍ତ ଘଟଣାର ତଦନ୍ତ ପାଇଁ ମଲପ୍ପୁରମ କ୍ରାଇମ ବ୍ରାଞ୍ଚ୍ ଏସ୍ପି ପି ବିକ୍ରମନଙ୍କ ନେତୃତ୍ବରେ ଏକ ୧୮ ଜଣିଆ ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ ହୋଇଛି । ଏନଆଇଏ ମଧ୍ୟ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର