The Topmost

“The eyes believe themselves, the ears believe other people.”

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ

H3N2 ଭୂତାଣୁର ସଂକ୍ରମଣ ପ୍ରତି ସତର୍କ ରୁହ । ଇନଫ୍ଲୁଏଞ୍ଜା ପରି ଅସୁସ୍ଥତା ଓ ଗୁରୁତର ଶ୍ବାସଜନିତ ସମସ୍ୟା ପ୍ରତି ସତର୍କ ରହିବା ଲାଗି ରାଜ୍ୟଗୁଡିକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ । ଆଜି ଅନୁଷ୍ଠିତ ନୀତି ଆୟୋଗ ବୈଠକରେ H3N2 ସମ୍ପର୍କରେ କରାଯାଇଥିଲା ସମୀକ୍ଷା । ଗୋଷ୍ଠୀ ସଚେତନତା, ନିଶ୍ବାସପ୍ରଶ୍ବାସଜନିତ ସ୍ବଚ୍ଛତା ରକ୍ଷାକୁ ଫୋକସ ଦିଆଯାଇଛି । ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଥିବାବେଳେ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ କୁହାଯାଇଛି । ଛିଙ୍କ ବେଳେ ରୁମାଲ ବା ଟିସ୍ୟୁ ପେପର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସର୍ଭେଲାନ୍ସ ଉପରେ ଗୁରୁତ୍ବ ଦିଆଯାଇଥିବାବେଳେ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମିତ ରୋଗୀଙ୍କ ସହ ବିଶେଷ ମିଳାମିଶା ନ କରିବାକୁ ଗାଇଡଲାଇନରେ କୁହାଯାଇଛି ।