() ଖୁବ୍ ଶୀଘ୍ର ଅନ୍ତରୀକ୍ଷ ନୀତି ଆଣିବେ ଭାରତ ସରକାର । ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ମହାକାଶ କ୍ଷେତ୍ରରେ ଘରୋଇ ଭାଗିଦାରୀ ବୃଦ୍ଧି ଲାଗି ଉଦ୍ୟମ କରୁଛନ୍ତି । ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ଏନେଇ ସୂଚନା ଦେଇଛନ୍ତି । ତେବେ ଏ ବିଷୟରେ ସମସ୍ତ ଆଲୋଚନା ସରିଥିବା ବେଳେ ନୀତିର ଚୂଡାନ୍ତ ସଂସ୍କରଣକୁ ଅଧିକାର ପ୍ରାପ୍ତ ପ୍ରାଦ୍ୟୋଗିକ ସମୂହକୁ ପଠାଯିବ ବୋଲି ସୁଦ କହିଛନ୍ତି । ଏହି ନୀତି ଆସିବା ପରେ ଭାରତରେ ମଧ୍ୟ ସ୍ପେସ୍-ଏକ୍ସ ଭଳି କମ୍ପାନୀ ହୋଇପାରିବ। ସୁଦ କହିଛନ୍ତି ଯେ ଆମେ ମହାକାଶର ବିଶେଷ ଉପଯୋଗ କରିପାରୁ ନଥିବାବେଳେ ପୃଥିବୀର ନିମ୍ନ କକ୍ଷରେ ସ୍ୱଳ୍ପ ନିବେଶରେ କାର୍ଯ୍ୟ ହୋଇପାରିବ । ସରକାର ଯଦି ନୀତି ପ୍ରସ୍ତୁତ କରିବେ ତେବେ ଅନ୍ତରୀକ୍ଷ କ୍ଷେତ୍ର ବଦଳିଯିବ
https://thetopmost.in/hydra-facial-is-in-trend/
https://thetopmost.in/scientists-report-on-stars-life-circle-secret/
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ