୫ ବର୍ଷରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି କେନ୍ଦ୍ର ସରକାରଙ୍କ ଭଣ୍ଡାରରେ ରହୁଥିବା ଶସ୍ୟ ପରିମାଣ । ଚଳିତ ବର୍ଷ ଗହମ ସଂଗ୍ରହ ଆଶାନୁରୂପ ନରହିବା କାରଣରୁ ଏସବୁ ସମସ୍ୟା ପରିଲକ୍ଷିତ ହୋଇଛି । ସେପଟେ ଧାନ ଚାଷ ହେଉଥିବା ଜମି ପରିମାଣ ୧୨ ପ୍ରତିଶତ ହ୍ରାସ ପାଇଥିବାରୁ ଚାଉଳ ଉତ୍ପାଦନ ମଧ୍ୟ କମ୍ ହେବାର ଆଶଙ୍କା ରହିଛି। ଯାହାକୁ ନେଇ ଚିନ୍ତା ବଢିଯାଇଛି । ଅଗଷ୍ଟ ୧ସୁଦ୍ଧା ଭାରତୀୟ ଖାଦ୍ୟ ନିଗମ ଭଣ୍ଡାରରେ ୫୪୫.୯୭ ଲକ୍ଷ ଟନ୍ ଚାଉଳ ଓ ଗହମ ରହିଛି । ଶେଷ ଥର ଲାଗି ୨୦୧୭ରେ ଶସ୍ୟ ପରିମାଣ ଏଭଳି ନିମ୍ନ ସ୍ତରକୁ ଖସିଥିଲା । ଏଫ୍ସିଆଇ ଗୋଦାମରେ ଥିବା ଚାଉଳ ପୂର୍ବବର୍ଷ ତୁଳନାରେ ୧୧.୫ ଲକ୍ଷ ଟନ୍ କମ୍ ରହିଛି ଓ ୨୬୬.୪୫ ଲକ୍ଷ ଟନ୍ର ଗହମ ରହିଛି । ଶେଷ ଥର ପାଇଁ ୨୦୦୮ରେ ଏତେ କମ୍ ପରିମାଣର ଗହମ ଭଣ୍ଡାରରେ ଥିଲା । ଚଳିତ ବର୍ଷ ସଂଗ୍ରହ ହ୍ରାସ ପାଇବା କାରଣରୁ ଗହମ ପରିମାଣ କମ୍ ରହିଛି । କେତେକ ରାଜ୍ୟକୁ ସରକାର କେନ୍ଦ୍ରୀୟ ଭଣ୍ଡାରରୁ ଗହମ ବଦଳରେ ଚାଉଳ ଆବଣ୍ଟନ କରିଛନ୍ତି । ଯଦି ଧାନ ଉତ୍ପାଦନ ହ୍ରାସ ପାଇବ ତେବେ ସଂଗ୍ରହ ଲକ୍ଷ୍ୟ ହାସଲ କରିବା ସରକାରଙ୍କ ପାଇଁ କଷ୍ଟକର ହୋଇପଡ଼ିବ ।
“The eyes believe themselves, the ears believe other people.”
More Stories
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ