୧୦ ଦଫା ଦାବି ରେ କେନ୍ଦ୍ର ବିରୋଧରେ ଗର୍ଜିଲେ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ । ବିଜୁ ଶ୍ରମିକ ସମ୍ମୁଖ୍ୟ ସହ ଅନୁବନ୍ଧିତ ଏହି ମହାସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ନେତୃତ୍ୱରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ବିଶାଳ ଶୋଭାଯାତ୍ରା ରେ ଆସି ଲୋୟାର ପିଏମଜି ରେ ହଜାର ହଜାର ପାଚକ ପାଚିକା ଆନ୍ଦୋଳନ କରିଥିଲେ । ପୂର୍ବରୁ ସଙ୍ଘର ଦାବିକୁ ବିଜୁ ଶ୍ରମିକ ସଂଗଠନର ସାଧାରଣ ସମ୍ପାଦକ ସୁବାସ ସିଂହଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ଏହି ଦାବି ଯଥାର୍ଥ ହୃଦୟଙ୍ଗମ କରି ରାଜ୍ୟ ସରକାର ପାଚକ ପାଚିକାଙ୍କ ପରିଶ୍ରମିକକୁ ୧ ହଜାର ଟଙ୍କାରୁ ଦୁଇ ହଜାର ଟଙ୍କା ବୃଦ୍ଧି କରିଥିଲେ । ଏହା ସହିତ ପାଚକ ପାଚିକାଙ୍କୁ ଶାଢ଼ୀ ପାଈଁ ଅର୍ଥ ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛି ସଙ୍ଘ । କିନ୍ତୁ କେନ୍ଦ୍ର ସରକାରଙ୍କ ଠାରୁ ଗତ ୨୦୧୮ମସିହା ଠାରୁ ପ୍ରତ୍ୟେକ ପାଚକ ପାଚିକାଙ୍କ ମାସିକ ୬ଶହ ଟଙ୍କା ହିସାବରେ ବକେୟା ୬୦ ମାସର ଅର୍ଥ ଏଯାବତ ପାଇ ନାହାନ୍ତି । ଏ ନେଇ ମହାସଂଘ କେନ୍ଦ୍ର ସରକାର ପାଚକ ପାଚିକା ମାନଙ୍କୁ ବକେୟା ଅର୍ଥ ପ୍ରଦାନ, ପାଚକ ପାଚିକା ଙ୍କୁ ନିଯୁକ୍ତି ପତ୍ର ଓ ସରକାରୀ ମାନ୍ୟତା, ମାସିକ ଦରମା ୧୦ ହଜାର, ସମସ୍ତଙ୍କୁ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ୬୦ ବର୍ଷ ପରେ ପେନସନ ଲାଗୁ କରିବା ସହ ଚିକିତ୍ସା ଭତ୍ତା ସହ ବୀମା ସୁବିଧା ଆଦି ଦାବି କରି ଏହି ଆନ୍ଦୋଳନ ହୋଇଛି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା