ରାମଲୀଲା ମୈଦାନରେ କେନ୍ଦ୍ର ବିରୋଧରେ ଚାଷୀଙ୍କ ରଣହୁଙ୍କାର । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ପାର୍ଟ-୨ । କିଷାନ ମହାପଞ୍ଚାୟତରେ କେନ୍ଦ୍ର ବିରୋଧରେ ଗର୍ଜନ କରିବେ ଚାଷୀ । ଦେଶର ବିଭିନ୍ନ ରାଜ୍ୟରୁ ଚାଷୀମାନେ ଏକାଠି ହୋଇଥିବା ବେଳେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୂର୍ବଥର ଆନ୍ଦୋଳନ ପ୍ରତ୍ୟାହର ପାଇଁ ଚାଷୀଙ୍କୁ ସରକାର ତାମାମ ପ୍ରତିଶ୍ରୁତି ଦେଇଥିଲେ ବି ସେଗୁଡ଼ିକ ପୂରଣ କରାଯାଇ ନଥିବା ବେଳେ, ଏମଏସପି ଗ୍ୟାରେଣ୍ଟି ପାଇଁ ଚାଷୀମାନେ ଆନ୍ଦୋଳନ କରିଛନ୍ତି । କେନ୍ଦ୍ର ସରକାରଙ୍କ କୃଷି ନୀତି ଚାଷୀଙ୍କୁ ସୁହାଉ ନଥିବା ବେଳେ କାହା ସ୍ବାର୍ଥରେ ଏଭଳି ନୀତି ପ୍ରସ୍ତୁତ କରାଯାଇଛି ବୋଲି ଚାଷୀ ପ୍ରଶ୍ନ କରିଛନ୍ତି । ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଟ୍ରାଫିକ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି । ମିଳିତ କିଷାନ ମୋର୍ଚ୍ଚା ପକ୍ଷରୁ ଚାଷୀ ମହାପଞ୍ଚାୟତ ଡାକରା ଦିଆଯାଇଛି । ତେବେ ଏଥିରେ ପ୍ରାୟ ୫୦ହଜାର ଚାଷୀ ଏକାଠି ହେବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ